ହେଡଲାଇନସ୍:

ମୃତକଙ୍କ ପରିବାରକୁ ବିଜେଡି ର ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୁଗୁଡ଼ା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମପଞ୍ଚାୟତର କୁଶପଲ୍ଲୀ ଗ୍ରାମର ତ୍ରିନାଥ ମୁଳି (୬୨) ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ବେଳେ ଏପ୍ରିଲ ୫ ତାରିଖ ଦିନ ଗୋଲିଆ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ସହଯୋଗର ହାତ ବଢାଯାଇଛି। ଗୋଲିଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଉପସଭାପତି ବାପୁଜୀ ବିଷୋୟୀ ଓ ଅନ୍ୟ ବିଜେଡି କର୍ମୀମାନଙ୍କ ସହ ମୃତକଙ୍କ ଘରକୁ ଯାଇ  ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସ୍ଥାନୀୟ ବିଜେଡି କର୍ମକର୍ତ୍ତାଙ୍କ ଏହି ପ୍ରକାର ପଦକ୍ଷେପକୁ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

0
0
0
s2sdefault