ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ଝାରବନ୍ଧ ରାସ୍ତାରେ ପାଇକମାଲ ମୁଖ୍ୟ ଛକରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ହୀରାପୁର ଛକରେ ଆଜି ଅପରାହ୍ନ  ତିନିଘଣ୍ଟାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାପ୍ତ ସୂଚନା ମୁତାବକ, ହିରାପୁର ନିବାସୀ ସୁଶାନ୍ତ ବାରିକ (45) ପାଇକମାଲ ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଝାରବନ୍ଧ ପଟରୁ ଗାଇସିଲେଟ ତାଳପାଲି ଗ୍ରାମର ବିକାଶ ଭୋଇ ଅନ୍ୟ ଦୁଇ ଜଣଙ୍କୁ ଏକ ବାଇକରେ ବସାଇ ଆସୁଥିବା ସମୟରେ ବିକାଶ ଓ ସୁଶାନ୍ତଙ୍କର ବାଇକ ମଝିରେ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିଥିବା ସ୍ଥାନରେ ସୁଶାନ୍ତ ଗାଡି ସହିତ ରାସ୍ତାରେ ପଡିଯାଇଥିବା ବେଳେ ତାଙ୍କର ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା । ସୁଶାନ୍ତକୁ ତୁରନ୍ତ ପାଇକମାଲ ଡାକ୍ତରଖାନାକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଝାରବନ୍ଧ ଅଞ୍ଚଳରୁ ବାହାଘର ଭୋଜି ଖାଇ ଫେରୁଥିବା ବିକାଶ ଓ ତାର ସାଥୀମାନେ ନିଶାସକ୍ତ  ଭାବରେ ଗାଡି ଚଳାଉଥିବା ସୁଶାନ୍ତ ର ଆତ୍ମୀୟ ଅଭିଯୋଗ  କରିଛନ୍ତି । ଅନ୍ୟପଟେ ଅନେକ ସଚେତନତା ସତ୍ତ୍ୱେ ଲୋକେ ହେଲମେଟ ନପିନ୍ଧିବା କାରଣରୁ ଦୁର୍ଘଟଣା ସମୟରେ ମୁଣ୍ଡରେ ଆଘାତ ଲାଗିବା କାରଣରୁ ଅନେକ ବହୁମୂଲ୍ୟ ଜୀବନ ହାନି ହେଉଛି । ପାଇକମାଲ ଥାନାରେ ଏହି ଦୁର୍ଘଟଣା ବାବଦରେ ଏକ କେଶ ରୁଜୁ କରାଯାଇ ସବଇନ୍ସପେକ୍ଟର  ଚୁମକୀ ପ୍ରଭା ନାଥ ଏହାର  ତଦନ୍ତ କରୁଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ହେଲାପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପାଇକମାଲ ଥାନା ଅଧିକାରୀ ଜଣାଇଥିଲେ 

0
0
0
s2sdefault