ହେଡଲାଇନସ୍:

ରାୟଗଡ ଉପଖଣ୍ଡରେ କାର୍ଯ୍ୟରତ ୬୧ ଜଣ ସାମ୍ବାଦିକ ନେଲେ ପ୍ରଥମ ଓ ଦ୍ଵିତୀୟ  ଡୋଜ କୋଭିଡ ଟିକା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ): ମହାମାରୀ କୋରନା ସମଗ୍ର ଦେଶରେ ବିରାଟ କାୟା ବିସ୍ତାର କରିଚାଲିଛି । ଏହି ମହାମାରୀ କବଳରୁ ବର୍ତିବା ପାଇଁ ଲୋକେ ତ୍ରାହୀତ୍ରାହୀ ଡାକ ଛାଡିଲେଣି । ଏଥିରୁ ମୁକୁଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନିୟମ ମାନ ଲାଗୁ କରିଥିଲେ ମଧ୍ୟ ଜନସାଧାରଣ ଏହି ନିୟମକୁ ପାଳନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି ମହାମାରୀ କୋରନା ଭୂତାଣୁରେ ଆକ୍ରନ୍ତ ହୋଇ ଦେଶରେ ବହୁ ସାମ୍ବାଦିକ ମୃତ୍ୟୁମୂଖରେ ପଡିଥିବା ବେଳେ ରାଜ୍ୟରେ ସରକାରୀ ସୂତ୍ରରୁ ପ୍ରାୟ ୧୩ ଜଣ ସାମ୍ବାଦିକ ମୃତ୍ୟୁ  ବରଣ କରିଥିବା ସୁଚନା ରହିଛି । ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ ପ୍ରଶାସନର କର୍ମଚାରୀ ମାନଙ୍କ ଭଳି ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଲଗାତର ଖବର ପରିବେଶଣ କରିବା ସହ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ଏହି ଗଣମାଧ୍ୟମ ପ୍ରତିନିଧି ମାନେ ସରକାରଙ୍କ ଦ୍ୱାରା କାରାଯାଇଥିବା ନିୟମାବଳୀ ଗୁଡିକୁ ଠିକ ସମୟରେ ପରିବେଶଣ କରି ସରକାରଙ୍କ କାମକୁ ଅତି ସହଜରେ ଜନସାଧାରଣଙ୍କ ପାଖରେ ପହଂଚାଇ କୋଭିଡ ବିରୋଧରେ ଲଢେଇରେ ସରକାରଙ୍କୁ ସହଯୋଗ କରୁଛନ୍ତି । ଏଥି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ରାଜ୍ୟର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରମୁଖ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ସହ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ସମସ୍ତ ସାମ୍ବାଦିକ ମାନଙ୍କ ନିମନ୍ତେ କୋଭିଡ ଟିକାକରଣ କରିବା ପାଇଁ ଘୋଷଣା କରିଛନ୍ତି । ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥି ନେଇ କୃତଜ୍ଞତା ଜଣାଇଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ରାୟଗଡ ଜିଲ୍ଲାର ରାୟଗଡ ଉପଖଣ୍ଡର ସଦର ମହକୁମାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୌଜନ୍ୟତାରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ସାମୁହିକ ଟିକାକରଣ ଅନୁଷ୍ଟିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ରାୟଗଡ ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାଇକ ଉକ୍ତ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାୟଗଡ ସଦରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାସ୍କ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି କୋଭିଡ-୧୯ ର ନିୟମକୁ ମାନି ଶୃଙ୍ଖଳିତ ଭାବେ ଟିକା ଗ୍ରହଣ କରିଥିଲେ ।  ଆଜି ପ୍ରଥମ ଓ ଦ୍ୱାତିୟ ଡୋଜ ଟିକାକରଣରେ ପ୍ରାୟ ୬୧ ଜଣ ସାମ୍ବାଦିକ ଟିକା ନେଇଥିବା ସୁଚନା ରହିଛି । ରାୟଗଡ ଜିଲ୍ଲାପାଳ  ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ପରିଚିତ ସାମ୍ବାଦିକ ମାନେ ଟିକା ନେଇଥିବାରୁ ଖୁସି ବ୍ୟକ୍ତ କରିବା ସହ ସଠିକ ଖବର ପରିବେଶଣ କରି ଜନସାଧାରଣଙ୍କ ଠାରେ ପହଂଚାଇବା ପାଇଁ ଉସôାହିତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଗ୍ରନ୍ଥାଗାରିକ ତଥା କିରାଣୀ ଡମ୍ବୁରୁଧର ପଣ୍ଡା ଉପସ୍ଥିତ ସାମ୍ବାଦିକ ମାନଙ୍କ ଟିକା ନିମନ୍ତେ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରାଇ ଗ୍ରହଣ କରିବା ସହ କିପରି ସମସ୍ତେ ଟିକା ନେଇପାରିବା ତଦାରଖ କରିଥିଲେ । ସେହିପରି ଷ୍ଟାଫନର୍ସ ଗୌତମୀ ନାଏକ ସାମ୍ବାଦିକ ମାନଙ୍କୁ ଟିକା ଦେଇଥିବା ବେଳେ ସହକାରୀ ପ୍ରୋଗ୍ରାମ ମ୍ୟାନେଜର (ସହରାଂଚଳ ସ୍ୱାସ୍ଥ୍ୟ) କିରଣ କୁମାର ପାତ୍ର, ଫାର୍ମାସିଷ୍ଟ ଦିଲିପ କୁମାର ବେହେରା ଟିକା ନେବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଅବଲୋକନରେ ରଖିଥିଲେ । ସାମ୍ବାଦିକଙ୍କ ନିମନ୍ତେ ଉଦ୍ଧିଷ୍ଟ ଫର୍ମକୁ ଗ୍ରହଣ କରିବା ପରେ ଡାଟା ଏଣ୍ଟ୍ରି  ଅପରେଟର ସିରିପୁରମ ଅମାନୀ ଓ ଲିପି ପାଲାକା ଫର୍ମରେ ଥିବା ତଥ୍ୟକୁ କୋଭିନ ୱେବ ସାଇଟରେ ପଞ୍ଜିକୃତ କରିଥିଲେ । ସେହିଭଳି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍ମକ ବିଭାଗର କର୍ମଚାରୀ ଶ୍ରୀକାନ୍ତ ବିଶ୍ୱାଳ ଓ କ୍ଷେତ୍ର ଶଗଡିଆ ପରିଚାଳନାରେ ସହଯୋଗ କରିଥିଲେ । ଆଜି ଅପରାହ୍ନରେ ଗୁଣୁପୁର ଉପଖଣ୍ଡ ଠାରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା ଏବଂ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ସାମ୍ବାଦିକ ମାନଙ୍କ ଟିକାକରଣ କରାଯିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସୂଚନା ଦେଇଥିଲେ । ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଟିକାକରଣ ନିମନ୍ତେ ଜିଲ୍ଲାର ବରିଷ୍ଠ   ସାମ୍ବାଦିକ ବାଦଲ କୁମାର ତା, ରଞ୍ଜନ ରଥ, ରାଜେଶ ପଟ୍ଟନାୟକ, ଓ ଗୋପ ରଂଜନ ବକ୍ସିପାତ୍ରଙ୍କ ଆନ୍ତରିକ ପ୍ରଚେଷ୍ଟାରେ ଆଜି ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ ହୋଇଥିବାରୁ ସାମ୍ବାଦିକ ମହଲରେ ପ୍ରଶଂସା କରାଯାଇଥିଲା |      

 

 

0
0
0
s2sdefault