ଯଶସ୍ବୀ ସାରସ୍ବତ ସାଧକ , ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଭାରତୀୟ କଥା ସାହିତ୍ୟ ରେ ତାଙ୍କ ସ୍ବତନ୍ତ୍ର ଶୈଳୀ ପାଇଁ ସେ ଅନନ୍ୟ।
ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୂଯୋଗ୍ୟ ସନ୍ତାନ କୁ ହରାଇଲା । ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ ମନୋଜ ଦାସ ଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷ କୃତ୍ୟ ରେ ଯୋଗ ଦେବେ ।
କଥାକାର ଶ୍ରୀ ଦାସଙ୍କ ଦେହାନ୍ତରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଏବଂ ସହରାଞ୍ଚଳ ବିକାଶ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସ୍ବର୍ଗତ ଶ୍ରୀ ଦାସ ଶ୍ରୀଅରବିନ୍ଦ ଆଶ୍ରମରେ ଜଣେ ସାଧକ ଭାବେ ଦୀର୍ଘବର୍ଷ ଧରି ଅବସ୍ଥାନ କରିବା ସହିତ ଆଧ୍ୟାତ୍ମିକତା ଏବଂ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ସାଧନା ଜାରି ରଖିଥିଲେ । ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ଓ ରହିଥିବ ମଧ୍ୟ । ଦେଶର ବିଭିନ୍ନ ଅଞ୍ଚଳରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପନ କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଥିଲା । ତାଙ୍କ ଆବର୍ତ୍ତମାନରେ କେବଳ ଓଡିଶାର କାହିଁକି ଭାରତର ସାହିତ୍ୟ,ସଂସ୍କୃତି ଓ ଆଧ୍ୟାତ୍ମ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି । ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଈଛନ୍ତି ।
ଓଡ଼ିଆ କଥା ସାହିତ୍ୟ ସାମ୍ରାଜ୍ୟର ମୁକୁଟ ବିହୀନ ସମ୍ରାଟ ପଦ୍ମଭୂଷଣ ଶ୍ରୀ ଦାସଙ୍କ ଦେହାନ୍ତରେ କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଗଭୀର ଶୋକାଵ୍ୟକ୍ତ କରିବା ସହ ତାଙ୍କ ସଂକ୍ଷିପ୍ତ ଶୋକବର୍ତ୍ତରେ କହିଛନ୍ତି ଯେ " ଶତକ ଉପକଥାର ସ୍ରଷ୍ଟା ମନୋଜ ଦାସଙ୍କୁ ମାର୍ମିକ ଶ୍ରଦ୍ଧାଞ୍ଜଳୀ" |
ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ରାଜ୍ୟ ଜଳ ସମ୍ପଦ,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ,ସ୍ବର୍ଗତ ଦାସ ଜଣେ ଉଚ୍ଚକୋଟୀର ଲେଖକ ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ। ଏହି ଯଶସ୍ବୀ ଲେଖକ, ତାଙ୍କର ସାହିତ୍ୟ କୃତି ପାଇଁ ସମସ୍ତଙ୍କ ଠାରେ ଚିରକାଳ ସ୍ମରଣୀୟ ଓ ପ୍ରେରଣୀୟ ହୋଇ ରହିବ । ମନ୍ତୀ ଶ୍ରୀ ଦାସ, ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଧ୍ୟ ଶୋକ ବାର୍ତ୍ତା ରେ ଅମର ଆତ୍ମାର ସଦଗତି କାମନା ସହ ଏହି ମହାନ ସାହିତ୍ୟିକଙ୍କ ବିୟୋଗ ସମଗ୍ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କରିଛନ୍ତି I ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି |
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମାନସ ରଞ୍ଜନ ମଙ୍ଗରାଜ କଥା ସମ୍ରାଟ ପଦ୍ମଭୂଷଣ ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକଵ୍ୟକ୍ତ କରିଛନ୍ତି | ଶ୍ରୀ ମଙ୍ଗରାଜ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ "ଭାରତୀୟ ସାହିତ୍ୟର ଅନନ୍ୟ କଥାଶିଳ୍ପୀ ମନୋଜ ଦାସଙ୍କ ପରଲୋକରେ ମୁଁ ଗଭୀର ମର୍ମାହତ। ଏହା ସମଗ୍ର ଭାରତୀୟ ସାହିତ୍ୟ ପାଇଁ ଏକ ଅପୁରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।"