ହେଡଲାଇନସ୍:

ଜୀବନ ରକ୍ଷା ସହାୟକ ୧୦୮ ଆମ୍ବୁଲାନ୍ସ ପ୍ରଦାନ କଲେ ରାଜ୍ୟସଭା ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିଜ ସାଂସଦ ପାଣ୍ଠିରୁ ୫୮ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଉପକରଣ ଖଂଜାଯାଇଥିବା ଏକ ଜୀବନ ରକ୍ଷା ସହାୟକ ୧୦୮ ଆମ୍ବୁଲାନ୍ସକୁ ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ । ଆଜି ସ୍ଥାନୀୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଏହି ଆମ୍ବୁଲାନ୍ସର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା,ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ପିଡି, ଡ଼ିଅରଡ଼ିଏ, ଶ୍ରୀ ମହେଶ୍ୱର ନାଏକ, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକଙ୍କ ଉପସ୍ଥିତିରେ  ସବୁଜ  ପତାକା ଦେଖାଇ ଆମ୍ବୁଲାନ୍ସଟିର ଶୁଭାରମ୍ଭ କରି ଆମ୍ବୁଲାନ୍ସରେ ଉପଲବ୍ଧ ଥିବା ଭେଂଟିଲେଟର,ଅକ୍ସିଜେନ ସହ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଏଥିସହ ଜିଲ୍ଳାରେ ଦୀର୍ଘ ଦିନରୁ ଏପରି ଏକ ଆମ୍ବୁଲାନ୍ସର ଦାବି ହୋଇ ଆସୁଥିବା ବେଳେ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ଆମ୍ବୁଲାନ୍ସଟିକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି । ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଯେ କୈାଣସି ସମୟରେ ଅତି ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବ୍ରହ୍ମପୁର, କଟକ, କୋରାପୁଟ  କିମ୍ବା ବିଶାଖାପାଟଣମ ନେବା ସମୟରେ ଅନ୍ୟ ଆମ୍ବୁଲାନ୍ସ ଗୁଡିକରେ ଅତ୍ୟାଧୁନିକ ଉପକରଣ ବ୍ୟବସ୍ଥା ନ ଥିବାରୁ ଅନେକ କ୍ଷେତ୍ରରେ ରୋଗୀମାନେ ମୃତ୍ୟୁବରଣ କରୁଥିଲେ କିନ୍ତୁ ଆଉ ସେ ସମସ୍ୟା ବହୁ ମାତ୍ରାରେ ହ୍ରାସ ପାଇ ପାରିବ । ବର୍ତମାନ ସମସ୍ତ ଅତ୍ୟାଧୁନିକ ଉପକରଣରେ ଉପଲବ୍ଧ ଥିବା ଏହି ଆମ୍ବୁଲାନ୍ସ ଦ୍ୱାରା ଉଚିତ୍ ସମୟରେ ରୋଗୀଟିକୁ ବଂଚାଇବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆହୁରି ଉନ୍ନତୀ ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଳାକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟର ୨୮ଟି ଜିଲ୍ଳାକୁ ସାଂସଦମାନେ ନିଜ ପାଣ୍ଠିରୁ ୫୮ଲକ୍ଷ ଟଙ୍କା ବ୍ୟୟରେ ଏପରି ଆମ୍ବୁଲାନ୍ସଟି ପ୍ରଦାନ କରିଛନ୍ତି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଛନ୍ତି । ସେହିପରି ରାଷ୍ଟ୍ରିୟ ଆମ୍ବୁଲାନ୍ସ ସେବା,ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ମିଳିତରେ ଏହି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ୧୦୮ ସଂସ୍ଥା ଅଧିନରେ ଏହି ଆମ୍ବୁଲାନ୍ସ ପରିଚାଳନା ହେବ ଏବଂ ଏନଆରଏଚଏମ ଦ୍ୱାରା ମନିଟରିଙ୍ଗ କରାଯିବ ବୋଲି ଜଣାପଡିଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ,ଡିପିଏମ ରାଜେଶ୍ୱର ପଟ୍ଟନାୟକ ସମେତ ଅନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault