ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ୱଚ୍ଛତା ପରିଚାଳନା କ୍ଷେତ୍ରରେ ବାରିପଦା ପୌରପରିଷଦ ଆଉ ପାଦେ ଆଗକୁ ଅଗ୍ରସର ହୋଇ ପାରିଛି । ସହରରେ ବାର୍ଯ୍ୟବସ୍ତ ପରିଚାଳନା(ପରିମଳ) ବ୍ୟବସ୍ଥାରେ ସାମିଲ କରାଯାଇଛି ୧୦ଟି ବ୍ୟାଟେରୀ ଚାଳିତ ଯାନ । ଯାହାକୁ ପରିଚିଳିତ କରିବେ କିନ୍ନର ଓ ମହିଳା ସ୍ୱୟଇ ସହାୟିକା ଗୋଷ୍ଠୀର ସଦସ୍ୟାମାନେ । ଆଜି ବାରିପଦା ପୌରପରିଷଦ ପରିସରରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଉକ୍ତ ବ୍ୟାଟେରୀ ଚାଳିତ ଯାନଗୁଡ଼ିକ ସହରରେ ଗଳିକନ୍ଦି ରାସ୍ତାରେ ଘରକୁ ଘର ବୁଲି ପୃଥକ ପୃଥକ ଭାବେ ଅଳିଆ ଆବର୍ଜନା ସଂଗ୍ରହ କରିବା କାର୍ଯ୍ୟରେ ସହାୟକ ହେବ ଏବଂ ସହରରେ ବସବାସ କରୁଥିବା କିନ୍ନର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ପ୍ରକାଶ କରିଥିଲେ । ଏହି ଗାଡ଼ିଚାଳନା ଦାୟିତ୍ୱ କିନ୍ନର ଓ ମହିଳା ସ୍ୱୟଇ ସହାୟିକା ଗୋଷ୍ଠୀ କୁ ସାମିଲ କରାଯାଇଥିବାରୁ ସେମାନେ ଅତ୍ୟନ୍ତ ଖୁସୀ ପ୍ରକଟ କରିବା ସହ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଶାଧୁବାଦ ଜଣାଇଥିଲେ । ପୌରପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।