ହେଡଲାଇନସ୍:

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭିନ୍ନ ସ୍ଥିରିକୃତ ବିଦ୍ୟାଳୟ ମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ହୋଇଛି । ଚଳିତ ମାସ ଜାନୁୟାରୀ ୦୯ ତାରିଖରେ ଅନୁଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ୬୭ ନମ୍ବର ପ୍ରଶ୍ନପତ୍ର ତଳେ ରହିଥିବା ୪ ସମ୍ଭାବିତ ଉତ୍ତର(ଅପ୍ସନ୍) ମଧ୍ୟରୁ ଗୋଟିଏ ଇଂରାଜୀରେ ରହିବା ପରିବର୍ତ୍ତେ ଓଡ଼ିଆରେ ରହିଥିବାରୁ ଏହା ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ଅଡୁଆରେ ପକାଇଛି । ଏବଂ ସେମାନେ ସଠିକ ଉତ୍ତର ନିନ୍ନୟ କରିବାରେ ଅସମର୍ଥ ହୋଇଥିବା ନେଇ ଓଡ଼ଗାଁର ଜଣେ ସ୍ଥାନୀୟ ଅଭିଭାବକ ଏନେଇ ଅଭିଯୋଗ କରିଛନ୍ତି । ଶିକ୍ଷା ବିଭାଗ ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

0
0
0
s2sdefault