ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆଜି ୧୦ କିଲୋରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ସମେତ ଏକ କାରକୁ ଜବଦ କରାଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ଗାଡି ଗୁଡିକୁ ତଲାସି ଅଭିଯାନ ଚାଲିଥିଲା। ଏହି ସମୟରେ ଭଦ୍ରକ ଅଭିମୁଖେ ଆସୁଥିବା ଏକ କାରକୁ ଠାବ କରାଯାଇଥିଲା । ତଲାସି କରାଯିବା ସମୟରେ ସେଥିରୁ ଏତେ ଗୁଡିଏ ଗଞ୍ଜେଇ ଜବତ କରାଯିବା ସହ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା ଓ ଭଦ୍ରକରେ କେଉଁଠି କି ଯାଉଥିଲା ସେ ବିଷୟରେ ଅଧିକ ତଦନ୍ତ ଚାଲିଥିବା ଅବକାରୀ ଇନିସ୍ପେକ୍ଟର ଧନେଶ୍ୱର ବରାଳ ସୂଚନା ଦେଇଛନ୍ତି । ତେବେ ଗିରଫ ହୋଇଥିବା ଦୁଇଜଣ ଚକ୍ରଧର ଜେନା ଓ ହେମନ୍ତ ମଳିକଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡିଛି ।
କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ, ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ
ନିବେଦକ : ଶାସକ ପ୍ରଶାସକ