-
ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ: ସମୀର ମହାନ୍ତି
-
ଆଗାମୀ ଦିନରେ କାର୍ଯ୍ୟକର୍ତାଙ୍କ ଦୃଢ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଓଡିଶାର ରାଜନୈତିକ ପରିବର୍ତନ ଅବଶ୍ୟ ହେବ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଧର୍ମଶାଳା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ତଥା ପୂର୍ବତନ ମୁଖପାତ୍ର ସ୍ମୃତିରେଖା ପହି ଏବଂ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ପାର୍ଥ ସାରଥୀ ପହି, ହୃଷି ପାଣି, ରବିନ୍ଦ୍ର ମଲ୍ଲିକ, ପୂର୍ବତନ ସରପଂଚ ଓ ବ୍ଲକ ସଭାପତି ବନମାଳୀ ରାଉତ, ବିଭୂତି ଭୂଷଣ ଜେନା, ପୂର୍ଣ୍ଣ ତରାଇ, ଅରୁଣ ଲେଙ୍କା, ହରି ମଲ୍ଲିକ, କଂଗ୍ରେସ ସଂଖ୍ୟା ଲଘୁ ନେତା ଶେଖ ମୁକ୍ତାର, ଶେଖ ଅଲ୍ଲୀମୁଦିନ, ଅଚୁ୍ୟତାନନ୍ଦ ଜେନାଙ୍କ ସମେତେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଜରପଡା ଜୋନ୍ କଂଗ୍ରେସ ସଭାପତି ଚିତ୍ରସେନ ସାହୁ, ବିଜେଡି ନେତା ହୃଷିକେଶ ସାହୁ, ନିରଜଂନ ସାହୁ, କ୍ଷୀରୋଦ ପ୍ରଧାନ, ନିରାକାର ପ୍ରଧାନ, ଭୀଷ୍ମ ସାହୁ ପ୍ରମୁଖ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଓଡିଶାର ବିକାଶ ପାଇଁ ଆଉ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ହୋଇ ରହିନାହିଁ । ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଥିବାରୁ ସମସ୍ତ ନୂତନ ସଦସ୍ୟଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
ଆଜି ପବିତ୍ର ମହାବିଷୁଭ ସଂକ୍ରାନ୍ତିରେ ବିଜେପିକୁ ମଜବୁତ କରିବା ପାଇଁ ଆମେ ଏକ ନୂଆ ପୃଷ୍ଠା ଯୋଡିଲେ । ଓଡିଶାର ରାଜନୀତିକୁ ପରିବର୍ତନ କରିବା ଏବଂ ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାର ପ୍ରୟୋଗଶାଳା କରିବା ପାଇଁ ଆମ ସମସ୍ତଙ୍କୁ ଏକାଠୀ ହୋଇ କାମ କରିବାକୁ ପଡିବ । ଓଡିଶାରେ ନୂଆ ପରିବର୍ତନ ତଥା ନୂଆ ଜାଗରଣ ତିଆରି କରିବା ପାଇଁ ଦଳ ପକ୍ଷରୁ ହେଉଥିବା ପ୍ରଚେଷ୍ଟାରେ କାର୍ଯ୍ୟକର୍ତାମାନେ ନିରନ୍ତର ପରିଶ୍ରମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ଆଗାମୀ ଦିନରେ କାର୍ଯ୍ୟକର୍ତାଙ୍କ ଦୃଢ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଓଡିଶାର ରାଜନୈତିକ ପରିବର୍ତନ ଅବଶ୍ୟ ହେବ ବୋଲି ଶ୍ରୀ ପ୍ରଧାନ ଦୃଢ ବିଶ୍ୱାସର ସହ କହିଛନ୍ତି । ଶ୍ରୀ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହଏହି ମିଶ୍ରଣ ଦ୍ୱାରା ଦଳଧର୍ମଶାଳା ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଆହୁରି ମଜବୁତ୍ ହେବବୋଲି କହିଛନ୍ତି ।
ମୁଁ ମୋ ମାଟି ଲାଗୁ ଲଢୁଥିଲି ଏବଂ ମାଟି ପାଇଁ ଲଢିବି । ଗତ ୩୦ ବର୍ଷ ଧରି ଧର୍ମଶାଳାରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବ୍ୟାପକ ଭାବେ ଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଲଢେଇ କରିବା ମନୋବୃତି ଦ୍ୱାରା ଅନୁପ୍ରେରିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି ବୋଲି ଶ୍ରୀମତୀ ସ୍ମୃତିରେଖା ପହି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରବି ନାୟକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ନେତା ତୁଷାର ପରିଡା, ଅମର ନାୟକ, ବବିତା ମଲ୍ଲିକ, ପ୍ରଦୀପ ବଳସାମନ୍ତ, ଯାଜପୁର ଜିଲ୍ଲା ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।