ହେଡଲାଇନସ୍:

ଭେଡେନ ନଦୀର ଘୁଘର ଜଳ ଭଣ୍ଡାର ରେ ଜଳ ଅଭାବ ଯୋଗୁଁ ୪୦ ଏକର ଜମିରେ ଗାଈ ଚରିଲେ I  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତର ଦେହେରିପାଳି ଗ୍ରାମବାସୀ ଚଳିତ ବର୍ଷ ୪୦ ଏକର ଧାନ ର ରବି ଫସଳ କରିଥିଲେ । କିନ୍ତୁ, ଯେଉଁ ଘୁଘର ଜଳ ଭଣ୍ଡାର ରୁ ପାଣି ନେଇ ଧାନ ଚାଷ କରିଥିଲେ, ସେଥିରେ ପାଣି ର ଘୋର ଅଭାବ ଯୋଗୁଁ ସୋମବାର ପାଣି ପଞ୍ଚାୟତ ବୈଠକ ବସି ଧାନ ଫସଳ ରେ ଗାଈ ଗୋରୁ ଚରାଇ ଦେଇଥିବା ପାଣି ପଞ୍ଚାୟତ ର ସଭାପତି ରମେଶ ଚନ୍ଦ୍ର ସାହୁ (ପଠାନ) ପ୍ରକାଶ କରିଛନ୍ତି। ସମଗ୍ର ଗ୍ରାମବାସୀ ସେହି ଘୁଘର ଜଳ ଭଣ୍ଡାର ଗାଧୁଅ ପାଧୁଆ ପାଇଁ ନିର୍ଭର କରୁଥିବାରୁ ଚାଷ କରିଥିବା ୪୦ ଏକର ଧାନ କ୍ଷେତ ଗାଈ ଗୋରୁ ଛାଡିଥିଲେ । ଏହି ପାଣି ଅଭାବ ବିଷୟରେ ଜଳସେଚନ ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ନ ମିଲିବାରୁ ବାଧ୍ୟ ହୋଇ ଗାଈ ଗୋରୁ ଛାଡିଥିଲେ । ଦେହେରିପାଳି ର ଜୟରାମ ଭୋଇ,ଖିରୋଦ ସାହୁ,ରୋହିତ ପୃଷେଠ,ଆନନ୍ଦ କରାଳୀ,କୁନୁ ମାକର, ବିଜୟ ସାହୁ ଏପରି ୫୦ ଜଣ ଚାଷୀମାନେ କ୍ଷତିପୂରଣ ଦାବୀ କରିଛନ୍ତି। ଯଦି କ୍ଷତିପୂରଣ ଦିଆ ନଯାଏ ଆନ୍ଦୋଳନ କରିବେ ବୋଲି ସଭାପତି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତ ଲଇଡା ପଞ୍ଚାୟତ ର ଗ୍ରାମସେବିକା ଲିଳାବତୀ ଗରନାୟକ ଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ ସେ ୩ ଦିନ ପୂର୍ବରୁ ସେହି ସ୍ଥାନକୁ ପରିଦର୍ଶନ କରିଯାଇଥିଲେ ଓ କୃଷି ବିଭାଗ କୁ ରିପୋର୍ଟ ଦେଇଛନ୍ତି ।

0
0
0
s2sdefault