ଦୁଇ ବର୍ଷ ଭିତରେ ରେଙ୍ଗାଲି ଅଞ୍ଚଳର ଘରେ ଘରେ ପାନୀୟଜଳ ବ୍ୟବସ୍ଥା ହେବ-: ବିଧାୟକ ନାୟକ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ପାର୍ଶ୍ବ ରେଙ୍ଗାଲି ତହସିଲ ଛକରେ ମଙ୍ଗଳବାର ରେଙ୍ଗାଲି ଶ୍ୟାମ ମିତ୍ର ମଣ୍ଡଳ ସୌଜନ୍ୟରୁ ସ୍ବର୍ଗତ ଶ୍ରୀ ମଙ୍ଗଳ ମିଶ୍ର, ରମେଶ ଧନୁକୁ ଓ ମନିସ ଧନୁକାଙ୍କ ସ୍ମୃତି ଉଦ୍ଦେଶ୍ଯରେ ଏକ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଉଦଘାଟନ ହୋଇଯାଇଛି।
ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରେଗଙ୍ଗାଲି ବରିଷ୍ଠ ନାଗରିକ ପରିଷଦର ବରିଷ୍ଠ ସଭ୍ଯ ଅନ୍ତର୍ଯ୍ୟାମି ପାଣି,ସୁମଚାନ୍ଦ ସାହୁ,ବିଶିକେଶନ ପଣ୍ଡା,ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳ,ରେଙ୍ଗାଲି ସରପଞ୍ଚ ଲକ୍ଷ୍ମୀ ଓରାମ,ରାଜିବ ମିଶ୍ର,ଯୁଗଲକିଶୋର ଅଗ୍ରୱାଲ,ସରୋଜ ବିଶୋଇ,ସଜନ ପୋଦ୍ଦାର,ରମେଶ ଅଗ୍ରୱାଲ, ଅନିଲ ଅଗ୍ରୱାଲ,ସାମ୍ବାଦିକ ହିମାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଅନୁଷ୍ଠିତ ସାଧାରଣ ସଭାରେ ସାମ୍ବାଦିକ ବିଶ୍ବାଳ,ସରପଞ୍ଚ ଓରାମ, ବରିଷ୍ଠ ସଭ୍ୟ ପାଣି ପ୍ରମୁଖ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଶ୍ୟାମ ମିତ୍ର ମଣ୍ଡଲର ଏପରି ଜନ ହିତକର କାର୍ଯ୍ୟକୁ ପ୍ରଶଂସାକରି ଆଗାମି ଦୁଇ ବର୍ଷ ଭିତରେ ରେଙ୍ଗାଲି ଅଞ୍ଚଳର ସମସ୍ତ ଘରକୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ଦୃଢ଼ତାର ସହ ପ୍ରକାଶ କରିଥିଲେ।