ଅନ୍ତ୍ୟୋଦୟ ରାସନ କାର୍ଡ ଯୋଗେଇଦେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଦାବୀ
ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଅନି ବରିହା ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି | ତାଙ୍କର କେହି ନ ଥିବାରୁ ଏକ ମାଟି କୁଡ଼ିଆ ଘରେ ବହୁ କଷ୍ଟରେ ରହୁଛନ୍ତି | ସରକାରୀ ସହାୟତା କହିଲେ ଭତ୍ତା ଖଣ୍ଡକ ମିଳୁଛି ଏବଂ ୫ କିଲୋ ଚାଉଳ ମିଳୁଛି | ବୟସର ଅପରାହ୍ନ ରେ ଉପନୀତ ହୋଇଥିବା ଏହି ବୟସ୍କ ନାଗରିକଙ୍କର ବର୍ତ୍ତମାନ କୌଣସି ଆୟର ପନ୍ଥା ନାହିଁ | ଜୀବନ ସାରା ସେ ପେଟରେ ଦୁଇମୁଠା ଦାନା ପାଇଁ ପର ଘରେ ମୂଳ ଲାଗି ଚଳୁଥିଲେ | ବର୍ତ୍ତମାନ ତାହା ମଧ୍ୟ ସମ୍ଭବ ହୋଇପାରୁନାହିଁ | ବହୁବର୍ଷ ପୂର୍ବେ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିଲା ଯାହାକି ବର୍ତ୍ତମାନ ଭଙ୍ଗା ଦଦରା ହୋଇ ପଡିରହିଛି | ଯେହେତୁ ଏହି ବୃଦ୍ଧବସ୍ଥାରେ ତାଙ୍କର ଯତ୍ନ ନେବାପାଇଁ କେହି ନାହାନ୍ତି | ତାଙ୍କର ରାସନ କାର୍ଡରେ ମିଳୁଥିବା ମାସିକ ୫ କିଲୋ ରାସନ ପରିବର୍ତ୍ତେ ୩୫ କିଲୋ ରାସନ ମିଳୁଥିବା ଅନ୍ତ୍ୟୋଦୟ ରାସନ କାର୍ଡ ଯୋଗେଇଦେବା ପାଇଁ ସ୍ଥାନୀୟ ସଚେତନ ନାଗରିକ ବୃନ୍ଦ ତଥା ବୁଦ୍ଧିଜୀବୀ ଦାବୀ କରିଛନ୍ତି. |