ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ଲପଙ୍ଗା ଗ୍ରାମର ବିଦ୍ୟାଧର ରାଉତ ଙ୍କ ୭୦ ଡ଼ିସିମିଲ ଜମି ୨୦୧୩ ମସିହାରେ ଭୂଷଣ ପାୱାର ପ୍ଲାଣ୍ଟ ଦ୍ୱାରା ଅଧିଗ୍ରହଣ ହୋଇଥିଲା I ଏହି ଜମି ଅଧିଗ୍ରହଣ ହେବାର ଆଜକୁ ୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ସାମାନ୍ୟ ତ୍ରୁଟି ର ଫାଇଦା ଉଠାଇ ସରକାରୀ କର୍ମଚାରୀ ଙ୍କ ସହଯୋଗ ରେ ବିଦ୍ୟାଧର ଙ୍କ କ୍ଷତିପୂରଣ ରାଶି ୧୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରି ପୂର୍ଵ ଘୋଷଣା ମୁତାବକ ଆଜି ଠାରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ଭୁଖ ରେ ଆମରଣ ଅନଶନ ରେ ବସିଛନ୍ତି ବିଦ୍ୟାଧର I ଆଜି ଦିନ ୧୧ ଘଟିକା ସମୟ ରୁ ଶ୍ରୀ ବିଦ୍ୟାଧର ଙ୍କ ଅନଶନ ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ରାତ୍ର ୮ ଟା ପର୍ଯ୍ୟନ୍ତ କେହି ଜଣେ ହେଲେ ସରକାରୀ କର୍ମଚାରୀ ଘଟଣା ସ୍ଥଳ କୁ ଆସିନାହାନ୍ତି I ଏହି କମ୍ପାନୀରେ ଅନେକ ପ୍ରଜା ମାନଙ୍କ ଜମି ଅଧିଗ୍ରହଣ ହୋଇଥିବା ସ୍ଥଳେ, ଜିଲ୍ଲାର ଭୁଅର୍ଜନ ଅଧିକାରୀଙ୍କ ପାତରଅନ୍ତର ନୀତି ଯୋଗୁଁ ବିଦ୍ୟାଧର ରାଉତ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଗତ ମାର୍ଚ୍ଚ ୮ ତାରିଖ ବିଦ୍ୟାଧର ଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରା ନ ଗଲେ ଆଗାମୀ ଏପ୍ରିଲ ୫ ରୁ ଆମରଣ ଅନଶନ କରିବେ ବୋଲି ଜ଼ିଲ୍ଲାପାଳ ଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ I
ପ୍ରାପ୍ତ ବିବରଣୀ ରୁ ଜଣାଯାଇଛି ଯେ, ୧୯୬୨ ମସିହାରେ ରେଙ୍ଗାଲି ତହସିଲ ଲପଙ୍ଗା ନିବାସୀ ଦଶରଥ ସାହୁ ଙ୍କ ଠାରୁ ୩ ଟି ପ୍ଲଟ ସମୁଦାୟ ୦.୯୫ ଡ଼ିସିମିଲ ଜମି ବିଦ୍ୟାଧର ରାଉତ ଏବଂ ଜୟ ବିହାରୀ ରାଉତ କିଣିଥଲେ I ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ଦଶରଥ ସାହୁଙ୍କ ଠାରୁ ପୁଣି ୦.୪୫ ଡ଼ିସିମିଲ ଜମି ରେଜେଷ୍ଟ୍ରି ଦଲିଲ ମାଧ୍ୟମ ରେ କିଣିଥିଲେ I କିନ୍ତୁ, ମେଜର ବନ୍ଦୋବସ୍ତ ଅଧିକାରୀ ଙ୍କ ଭୁଲ ଯୋଗୁଁ ଏହି ଜମି ର ପଟ୍ଟାରେ ବିଦ୍ୟାଧର ଙ୍କ ନାମ ସାମିଲ ହୋଇ ନ ଥିଲା I ଏହି ତ୍ରୁଟି ର ସଂଶୋଧନ ହେବା ପୂର୍ବରୁ ଉକ୍ତ ଜମି ସମୂହ ଭୂଷଣ ପାୱାର ପ୍ଲାଣ୍ଟ ଦ୍ୱାରା ଅଧିଗ୍ରୁହିତ ହୋଇ ତ୍ରୁଟି ର ଅହେତୁକ ଫାଇଦା ଉଠାଇ ସରକାରୀ କର୍ମଚାରୀ ଙ୍କ ସହଯୋଗ ରେ ଅପରପକ୍ଷ ବ୍ୟକ୍ତି ଉଠାଇ ନେଇଛନ୍ତି I ଅତି ପରିତାପର ବିଷୟ ଯେ, କ୍ଷତିପୂରଣ ରାଶି ଉଭୟ ପକ୍ଷଙ୍କୁ ଦେବା ସମୟରେ ବିଦ୍ୟାଧର ରାଉତ, ଅଭିଯୋଗ କରିବା ସତ୍ୱେ ମଧ୍ୟ ଭୁ- ଅର୍ଜନ ଅଧିକାରୀ ଅଣଦେଖ କରି ମନ ଇଛା ଟଙ୍କା ଜୟ ବିହାରୀ ରାଉତ ଓ ତାଙ୍କ ଉତ୍ତରାଧିକାରୀ ଙ୍କ ହାତରେ ଟେକି ଦେଇଥିଲେ ବୋଲି ବିଦ୍ୟାଧର ଅଭିଯୋଗ କରିଛନ୍ତି I ତେବେ ଭୂ-ଅର୍ଜନ ଅଧିକାରୀ କେଉଁ ଉଦ୍ଦେଶ୍ୟରେ ବିଦ୍ୟାଧର ଙ୍କୁ ଅଣଦେଖା କରି ପ୍ରାପ୍ୟ ରାଶି ସମୂହ ଅନ୍ୟ ବ୍ୟକ୍ତି ଙ୍କୁ ଟେକି ଦେଲେ ତାହା ତଦନ୍ତ କଲେ ଜଣାପଡିବ I
ଏ ସମ୍ପର୍କ ରେ ଭୂ-ଅର୍ଜନ ଅଧିକାରୀ ଆଦିତ୍ୟ ପଣ୍ଡା ଙ୍କୁ ପଚାରିବାରୁ ଏହି ସମାସ୍ୟାର ସ୍ଥାୟି ସମାଧାନ ପାଇଁ ଆମେ ବିଦ୍ୟାଧର ଙ୍କୁ ଡାକିଥିଲୁ I ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଆମେ ବିଦ୍ୟାଧର ଙ୍କୁ ଆମରଣ ଅନଶନ ନ କରିବା ପାଇଁ ଅନୁରୋଧ କରିଥିଲୁ ବୋଲି ପ୍ରକାଶ କରିଥିଲେ I
ତେବେ ଏହାରି ଭିତରେ ଠେଲକୁଲି ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସ୍ ଏଲ୍) କୁ ଜ଼ିନ୍ଦଳ ଷ୍ଟିଲ (ଜେଏସ୍ଡବ୍ଲୁ) ଅଧିଗ୍ରହଣ କରିଛି I ବିଦ୍ୟାଧର ଙ୍କ ପରିବାର ଙ୍କୁ ଜ଼ିନ୍ଦଳ ଷ୍ଟିଲ ନ୍ୟାୟ ଦେବ ନା ନାହିଁ ଦେଖିବାକୁ ବାକି ରହିଲା ।