ପଦ୍ମପୁର- ମାଡି ଆସୁଛି ଗ୍ରୀଷ୍ମ ଋତୁ । ଖରା ଯୋଗୁଁ ଲୋକ ମାନେ ଡ଼ହକ ବିକଳ ହେଲେଣି । ବର୍ତ୍ତମାନ ସମୟରେ ସାଧାରଣତଃ ଲୋକମାନେ ଯେଉଁ ଜାଗାକୁ ଗଲେ ପ୍ରଥମେ ପିଇବା ପାଣି ଖୋଜିଛନ୍ତି । ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଏକ ଜନ ଗହଲିପୂର୍ଣ୍ଣ ଜାଗା । ଜମଲା ଠାରେ ଡାକ୍ତରଖାନା,ବ୍ୟାଙ୍କ, ସମବାୟ ସମିତି କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ତଥା ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା କାରଣରୁ ଆଖପାଖ ଅଞ୍ଚଳର ଲୋକ ମାନେ ଜମଲା ଉପରେ ନିର୍ଭର କରିଥାନ୍ତି । ଏଠାକୁ ଶହ ଶହ ଲୋକ ପ୍ରତ୍ୟେକ ଦିନ ନିଜ କାମରେ ଆସିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି ହେଲେ ଜମଲା ପଞ୍ଚାୟତ ପକ୍ଷରୁ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇ ନାହିଁ । ଜମଲା ଛକରେ ଦୁଇ ଲକ୍ଷ ଟଙ୍କା ବିନିମୟରେ ସାଂସଦ ପାଣ୍ଠିରୁ ନିର୍ମିତ ହୋଇଥିବା ପାନୀୟ ଜଳ ସେବା ରକ୍ଷଣାବେକ୍ଷଣ ଅଭାବରୁ ଏବେ ଭଗ୍ନ ଅବସ୍ଥାରେ ପଡି ରହିଛି । ଏହି ପାନୀୟ ଜଳ ସେବାର ରକ୍ଷଣାବେକ୍ଷଣ ଦାୟିତ୍ୱ ଜମଲା ପଞ୍ଚାୟତ ଅଧିନରେ ରହିଛି । ବର୍ତ୍ତମାନ ସମୟରେ ଏହାକୁ ପୁନରୁଦ୍ଧାର କରି ଚଲାଇବା ପାଇଁ ସାଧାରଣରେ ଦାବୀ ହେଉଛି । ଜମଲା ପଞ୍ଚାୟତ ଅଧିନସ୍ଥ କୌଣସି ଗ୍ରାମରେ ଏବେ ମଧ୍ୟ ଜଳଛତ୍ରର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।
ରାଜ୍ୟ
ଜମଲା ପଞ୍ଚାୟତରେ କେବେ କାର୍ଯ୍ୟକ୍ଷମ ହେବ ଥଣ୍ଡା ପାନୀୟ ଜଳ ସେବା - କେବେ ଆରମ୍ଭ ହେବ ପାଣିଛତ୍ର ।
- Hits: 1072