ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ସହିଦ ଯବାନ ଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଛତିଶଗଡ଼ ର ସୁକମାରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ସହ ଲଢ଼ି ୨୨ ଯବାନ ସହିଦ ହୋଇଛନ୍ତି । ଆଜି ସ୍ଥାନୀୟ ଭିମଭୋଇ ମେଡିକାଲ୍ ଛକ ଠାରେ ମଞ୍ଚ ର ସଦସ୍ୟ ମାନେ ସନ୍ଧ୍ୟା ରେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳନ କରି ପୁଷ୍ପଗୁଚ୍ଛ ଦେଇ ଥିଲେ । ପରେ ବୀର ଶହୀଦ ଯବାନ ଙ୍କର ଆତ୍ମା ର ଶାନ୍ତି ଓ ସତଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।
ମଞ୍ଚ ର ବଲାଙ୍ଗିର ଶାଖା ସଂଯୋଜକ ଅଜୟ ନାଗ୍ ଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ରାମନାରାୟଣ ଦାସ୍, ଜୟଦେବ୍ ଜାଲ୍,ସନ୍ତୋସ୍ କର୍ମି,ରବି ଖମାରି,ସୁମେସ୍ ଡାଂଗ୍,ସୁରେଶ୍ କମ୍ପ,ଇସ୍ରାଏଲ୍ ଛତ୍ରିଆ,ରାଜା ମିଶ୍ର,ଦିଗାମ୍ବର ବନଛୋର୍,ମୁନା ନାଗ୍, ସନ୍ତୋସ୍ ଠାକୁର୍ ପ୍ରମୁଖ ଉପସ୍ଥିତ ଥିଲେ ।