ହେଡଲାଇନସ୍:

ଲେଡି ବ୍ରାଉନସୁଗାର ବେପାରୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ(ବିଶ୍ୱଜିତ ନାୟକ) - ନୟାଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ଲେଡି ବ୍ରାଉନସୁଗାର ବେପାରୀ ଗିରଫ l କିଛି ଦିନ ହେବ ନୟାଗଡ ଜ଼ିଲ୍ଲାରେ ନିଶାଡୀ ଙ୍କ ଆଡା ବଢ଼ିବାରେ ଲାଗିଥିବା ବେଳେ ଏହା ନୟାଗଡ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି l ନୟାଗଡ spଙ୍କ ନିର୍ଦ୍ଧେଶ କ୍ରମେ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ୍ୟ ଚଢ଼ାଉ ଚାଲୁରହିଛି l ଆଜି sp ଙ୍କ ନିର୍ଦେଶ କ୍ରମେ  ଟାଉନ ଥାନା ନିକଟ ସିନ୍ଦୁରିଆ ଗ୍ରାମରେ ପୋଲିସ ଚଢ଼ାଉ କରିଥିଲେ ଏବଂ ଜଣେ ମହିଳାଙ୍କ ଠାରୁ 46ଟି ଛୋଟ ଛୋଟ ବ୍ରାଉନ ସୁଗାର ପୁଡ଼ିଆ ମିଳିଥିଲା ଏହାର ଓଜନ 3ଗ୍ରାମ 340ମିଲିଗ୍ରାମ ହେବ । ଯାହାର ଆନୁମାନିକ ମୂଲ୍ୟ 25000ଟଙ୍କା ହେବ ଏବଂ ନଗଦ 7770 ଟଙ୍କା ମଧ୍ୟ ମିଳିଛି ।  ବିଶେଷ ସୂତ୍ରରୁ ଯାହା ସୂଚନା ମିଳିଛି ଏ ହେଉଛି ବ୍ରାଉନ ସୁଗାର ବେପାର ର କିଙ୍ଗପିନ l ଏ ନେଇ ଟାଉନ ଥାନା ପୋଲିସ ତାହାର ତଦନ୍ତ ଚଳାଇଛି ।

0
0
0
s2sdefault