ହେଡଲାଇନସ୍:

ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ଦଳ ହିଁ ସୁନାର ବଙ୍ଗଳା ନିର୍ମାଣ କରିପାରିବ-ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ – ବିଜେପି ଦଳ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପଶ୍ଚିମବଙ୍ଗର ପାନିହାଟ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ ହେବା ଦରକାର । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ବୁଦ୍ଧିଜୀବୀଙ୍କ ଦ୍ୱାରା ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନ ଯଥା ପଶ୍ଚିମବଙ୍ଗକୁ ଦୁର୍ନୀତିମୁକ୍ତ କରିବା, ସୁନାର ବଙ୍ଗଳା ପାଇଁ ଥିବା ସମ୍ଭାବନା, ପୂର୍ବ ଭାରତର ଶିଳ୍ପାୟନ କ୍ଷେତ୍ରରେ ଥିବା ସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଉତର ରଖିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମୁଦ୍ରିକ ଅର୍ଥନୀତି ସହ ପଶ୍ଚିମବଙ୍ଗ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଛି । ଏଠାକାର ଲୋକମାନେ ବୌଦ୍ଧିକ କ୍ଷମତା ଦୃଷ୍ଟିରୁ ତୀକ୍ଷ୍ଣ । ଏହି ଆଲୋଚନାକାଳରେ ଶ୍ରୀ ପ୍ରଧାନ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ଅର୍ଥନୀତି ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ସେ କହିଛନ୍ତି ଯେ ପୂର୍ବ ଭାରତକୁ ଦେଶର ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପୁନଃପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି । ଏ ଦିଗରେ ଏହି ଅଂଚଳର ସାମଗ୍ରିକ ବିକାଶକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପୂର୍ବ ଭାରତ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଖଣିଜ କ୍ଷେତ୍ରରେ ନୀତି ସଂସ୍କାଣ ଅଣାଯାଇଛି । ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଭଳି ରାଜ୍ୟ ଏହାର ଉଦାହରଣ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଆବାସ ଯୋଜନାରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍, ଜନଧନ ଆକାଉଂଟରେ ମହିଳାଙ୍କୁ  ଆର୍ଥିକ ସହଯୋଗ ପ୍ରଭୁତି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣୀ ଯୋଜନାର ପୂର୍ବ ଭାରତ ଆଜି ଅଧିକ ଲାଭାର୍ଥୀ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଏତଦବ୍ୟତିତ ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଶ୍ରୀ ପ୍ରଧାନ । ସୋମବାର ପାନିହାଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେପିର ଯୁବ କାର୍ଯ୍ୟକର୍ତା ଦ୍ୱାରା ଆୟୋଜିତ ବିଶାଳ ଜନସଭାରେ ସମ୍ବୋଧିତ କରିବା ସହ ଅନ୍ୟାନ୍ୟ ନିର୍ବାଚନ ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହୋଇଥିଲୋ

ପଶ୍ଚିମବଙ୍ଗର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱ ପ୍ରତି ଅଧିକ ସହଯୋଗ ରହିଛି । ପରିବର୍ତନ ଏବଂ ସୁନାର ବଙ୍ଗଳାର ସଂକଳ୍ପକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗର ପାନିହାଟର କାର୍ଯ୍ୟକର୍ତା ଉତ୍ସାହିତ ଅଛନ୍ତି । ବିଜେପିର କାର୍ଯ୍ୟକର୍ତା ବିଶେଷ ଭାବରେ ମହିଳା ଏବଂ ଯୁବ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଚଳିତ ନିର୍ବାଚନରେ ପ୍ରମାଣିତ ହେବ ଏବଂ ବିଜେପିର ବିଜୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

0
0
0
s2sdefault