ହେଡଲାଇନସ୍:

ସମ୍ବଲପୁର ବିଶ୍ୱବିଦ୍ୟାଳୟର  କୁଳପତିଙ୍କ  ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର  କୁଳପତି ପ୍ରଫେସର ଶ୍ରୀ ସଂଜୀବ ମିତ୍ତଲ୍ ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ପରିଦର୍ଶନରେ  ଆସିଥିଲେ । ଶ୍ରୀ ମିତ୍ତଲ  ସକାଳୁ  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କର  ଦର୍ଶନ କରି ମହାବିଦ୍ୟାଳୟକୁ ଆସିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ମହାଉତ୍ସାହର ସହ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ଡ଼ଃ କ୍ଷୀରାବ୍ଧୀ ତନୟା ରାଉତ୍ ରାୟ, ପରିଚାଳନା କମିଟିର ସମ୍ପାଦକ  ଶ୍ରୀ ମନୋଜ କୁମାର ତ୍ରିବେଦୀ ଏବଂ ସମସ୍ତ ବିଭାଗ ମୂଖ୍ୟ ପ୍ରଫେସର ,  ମାନେ ଉପସ୍ଥିତ ରହିଥିଲେ । କୁଳପତିଙ୍କ ଆଗ୍ରହ କ୍ରମେ ଛାତ୍ରଛାତ୍ରୀ ମାନଙ୍କ ସହ ବିଚାର ବିନିମୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପରେ ସେ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସାଙ୍ଗରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦାନ କରି ଶିକ୍ଷା ଓ ଅନୁଷ୍ଠାନର ଉନ୍ନତି ପାଇଁ ନିଜର ଦୃଷ୍ଟିକୋଣ ଉପସ୍ଥାପନା କରିବା ସହ ଅନୁଷ୍ଠାନର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇ ଥିଲେ । ଏହି ଗସ୍ତ କାର୍ଯକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ମେମ୍ବର  ପ୍ରଫେସର ଅଶ୍ୱିନୀ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault