ହେଡଲାଇନସ୍:

ବିନା ବିଦ୍ୟୁତ୍ ଆଲୁଅରେ ଦିଆଯାଉଛି ଭାକ୍ସିନ : ଦୃଷ୍ଟି ଦେବେ କି ପ୍ରଶାସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ, (ଗୌରବ ଦର୍ଜୀ  )-କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶ ରେ ଆରମ୍ଭ ହୋଇଛି। ପ୍ରଥମେ ୬୦ ବର୍ଷ ରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷ ରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି। ଟିଟିଲାଗଡ ର ଉପଖଣ୍ଡିୟ ମୁଖ୍ୟ ଡାକ୍ତରଖାନା ରେ କୋଭିଡ ଟୀକାକରଣ ଚାଲିଛି। ଟିଟିଲାଗଡ ର ଜନସଂଖ୍ୟା ଅଧିକ ହୋଇଥିବାରୁ ଟୀକାକରଣ ସମୟର ଭିଡ଼ ବହୁତ୍ ହେଉଥିବାରୁ ଟିଟିଲାଗଡ ପ୍ରଶାସନ ସହର ର ଦୁଇ ଟି ସ୍ଥାନରେ ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ୱାର୍ଡ ନମ୍ବର ୧ ରୁ ୯ ପର୍ଯ୍ୟନ୍ତ  ସରକାରୀ ଡାକ୍ତରଖାନା ରେ ଭେକ୍ସିନ ଦେଉଥିବା ବେଳେ ୱାର୍ଡ ନମ୍ବର ୧୦ ରୁ ୧୫ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ରେ ଭେକ୍ସିନ ଦିଆଯାଉଛି। କିନ୍ତୁ କାର୍ଯ୍ୟକ୍ରମ ରେ ନିୟୋଜିତ ଟିଟିଲାଗଡ ଡାକ୍ତରଖାନା ର ଷ୍ଟାଫ ନର୍ସ ମାନଙ୍କୁ ଅବହେଳା କରାଯାଉଥିବା ପରିଲକ୍ଷିତ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ବ୍ଲକ କାର୍ଯ୍ୟଳୟ ରେ ଚାଲିଥିବା ଭେକ୍ସିନ କାର୍ଯ୍ୟକ୍ରମ ରେ ନିୟୋଜିତ ଥିବା କର୍ମଚାରୀ ଡାକ୍ତରଖାନା ରୁ ବ୍ଲକ କାର୍ଯ୍ୟଳୟ ପ୍ରାୟ ୩-୪ କିମି ଭେକ୍ସିନ ଥିବା ଜାର, ଇଞ୍ଜେସନ ଓ ବିଭିନ୍ନ ସାମଗ୍ରୀ ନେଇ ଚାଲିଚାଲି ଆସୁଥିବା ଅଭିଯୋଗ ହେଉଛି। ଏହା ସହ ସକାଳ ୭ ଟା ସମୟରୁ ଆରମ୍ଭ କରି ଦିବା ୧୨ ଟା ସମୟରେ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ସୁବିଧା କୁ ଦେଖି ପ୍ରାୟ ୧:୩୦ ପର୍ଯ୍ୟନ୍ତ କାମ କରୁଛନ୍ତି ଏବଂ ସନ୍ଧ୍ୟା ୬ ଟା ପରିବର୍ତ୍ତେ ପ୍ରାୟ ୮ ଟା ସମୟ ପର୍ଯ୍ୟନ୍ତ ଭେକ୍ସିନ କାର୍ଯ୍ୟକ୍ରମ କରୁଛନ୍ତି। କିନ୍ତୁ ଦୁଃଖ ର ବିଷୟ ଏହି ଯେ ବ୍ଲକ କାର୍ଯ୍ୟାଳୟ ଭିତରେ ହେଉଥିବା ଭେକ୍ସିନ କାର୍ଯ୍ୟକ୍ରମ ପାଇଁ ବିଜୁଳି ସମସ୍ୟା ଅନେକ ରହିଛି। ଅନେକ ସମୟ ରେ ଘନ ଘନ ବିଜୁଳି କାଟ ହେଉଥିବା ବେଳେ ବିକଳ୍ପ ବିଦ୍ୟୁତ୍ ବିତରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବିଦ୍ୟୁତ୍ କାଟ ହେଲେ ଉଭୟ ଭେକ୍ସିନ ନେଇଥିବା ନାଗରିକ ମାନେ ଓ ଭେକ୍ସିନ ଦେଉଥିବା କର୍ମଚାରୀ ତତଲାଗଡ ର ତାତି ରେ ଶିଝୁଛନ୍ତି। ଏହା ସହ ଦୀର୍ଘ ସମୟ ପାଇଁ ଆଲୋକ ପାଇଁ ବ୍ୟବହାର କରୁଛନ୍ତି ମୋବାଇଲ ଫ୍ଲାସ ଲାଇଟ୍।  ତେଣୁ ବ୍ଲକ କାର୍ଯ୍ୟଳୟ ରେ ଭେକ୍ସିନ ଦେଉଥିବା କଠୋର ରେ ବିଜୁଳି ର ବିକଳ୍ପ ପାଇଁ ଇନଭେଟର କିମ୍ବା ଜେନେରେଟର ର ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି।

0
0
0
s2sdefault