ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ସେ ଅଂଚଳର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିପୁଳ ଅର୍ଥ ଖର୍ଚ କରିବା ଉଦ୍ୟମ ଜାରି ରଖିଛି | ଆଜି ବିଜେପିର ଦୁଇଜଣ ନେତାଙ୍କ ଠାରୁ ୫୦ ଲକ୍ଷ ତାଙ୍କ ଜବତ ହେବ ଏହାର ଜ୍ୱଳନ୍ତ ଉଦାହରଣ | ତେଣୁ ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ନିଶ୍ଚିତ କରିବା ପାଇଁ ଏ ଦିଗରେ ଗୁରୁତ୍ୱର ସହ ପଦକ୍ଷେପ ନେବା ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ଜଣାଇଛି ବିଜୁ ଜନତା ଦଳ |
ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ସାକ୍ଷାତ କରି ଏହି ମର୍ମରେ ସ୍ମାରକପତ୍ର ଦେଇଛି | ବିଜେପିର ଦୁଇ ନେତା ୫୦ଲକ୍ଷ ଟଙ୍କା ନେଇ ଯାଉଥିବା ବିଜେଡି ନେତା ସିଇଓଙ୍କୁ ପ୍ରଦତ୍ତ ସ୍ମାରକ ପତ୍ରରେ ବିଜେଡି ଉଲ୍ଲେଖ କରିଛି । ପିପିଲିର ଜନସାଧାରଣ ସଚେତନ ଓ ସ୍ୱାଭିମାନୀ | ସେମାନେ ବିଜେପିର ଏହି ମଦ ଉଦ୍ଦେଶ୍ୟର ଉଚିତ ଜବାବ ଦେବେ | ହେଲେ ବିଜେପିର ଏପରି ଆଭିମୁଖ୍ୟ ଫଳରେ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ସାମିଲ ଡ଼ ସସ୍ମିତ ପାତ୍ର, ଲେନିନ ମହାନ୍ତି , ସୁଲତା ଦେଓ ଓ ଶ୍ରୀମୟୀ ମିଶ୍ର ସିଇଓଙ୍କ ନିକଟରେ ଦାବି କରିଛନ୍ତି ।