ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ବଡରମା ରେଞ୍ଜ ଅନ୍ତର୍ଗତ ଉଷାକୋଠି ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବାଧରେ ବନ୍ୟ ଜନ୍ତୁ ଶିକାର୍ ନିୟମିତ ଚାଲିଛି । ଅନେକ ସମୟରେ ବନବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଉଥିଲେ ମଧ୍ୟ ସଫଳତା ମିଳୁନଥିଲା । ହେଲେ ଗତକାଲି ସର୍ଡା ବିଟ ଅଞ୍ଚଳରେ ଏକ ବନ୍ୟ ଜନ୍ତୁ ଶିକାରୀ ରାକେଟକୁ ଧରିବାରେ ବନବିଭାଗ ସଫଳ ହୋଇଛି । ସର୍ଡା ସେକ୍ସନ ତିଲେଇମାଲ ଗ୍ରାମର ଅମୃତ ବଲୁଆ ଓ ମାନ୍ଦନା ଛତ୍ରିଆଙ୍କ ଘର ଉପରେ ଚଢାଉ କରି ୧୮ କିଲୋ ବାର୍ହାମାଂସ ଓ ଗୋଟିଏ ଦେଶୀ ବନ୍ଧୁକ,ରନ୍ଧାମାଂସ ଓ ମାଂସ କଟା ସାମଗ୍ରୀ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି । ବାର୍ହାମାନେ ମହୁଲ ଖାଇବାକୁ ଆସୁଥିବାବେଳେ ତିଲେଇମାଲ ଗ୍ରାମ ନିକଟବର୍ତ୍ତି ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାର ହେଉଥିବା ନେଇ ତିଲେଇମାଲ ଅଞ୍ଚଳରେ ବାରହା ଶିକାର ହେଉଥିବା ବଡରମା ରେଞ୍ଜ ଅଫିସର ରେସ୍ମା ଜାମୁଡାଲିଆ ଖବର ପାଇଥିଲେ । ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶରେ ସର୍ଡା ଫରେଷ୍ଟର ଦୁଷ୍ମନ୍ତ ଖର୍ସେଲ ଓ ଭୁତେଲ ଫରେଷ୍ଟର ତରୁଣ ଦ୍ବିବେଦୀଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡଙ୍କ ସହ ଏକ ଟିମ ଚଡାଉରେ ସାମିଲ ହୋଇଥିଲେ । ବନବିଭାଗ ଜବତ ମାଂସକୁ ଜମନକିରା ପ୍ରାଣୀଧନ ଚିକିତ୍ସକଙ୍କ ପରୀକ୍ଷା ପରେ ଗାତ ଖୋଲି ପୋତି ଦେବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ରାଜ୍ୟ
୧୮ କିଲୋ ବାର୍ହା ମାଂସ ଓ ବନ୍ଧୁକ ଜବତ, ୨ ଶିକାରୀ ଗିରଫ।
- Hits: 495