ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ସମ୍ବଲପୁର ଜ଼ିନ୍ଦଳ ଷ୍ଟିଲ (ଜେଏସ୍ଡବ୍ଲୁ) ଅଧିଗ୍ରହଣ ପରେ ଠେଲକୁଲି ସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍(ବିପିଏସ୍ ଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀନେଶ କୁମାର ଯାଦବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି I ସେ କଂପାନିର ଅକୋପାୟର୍ ଦାୟିତ୍ବରେ ମଧ୍ୟ ଥିଲେ। ଭୂଷଣ କାରଖାନା ଆରମ୍ଭ ଦେବା ଦିନଠାରୁ ଏଠାରେ ସେ ଅବସ୍ଥାପିତ ଥିଲେ। ଠେଲ୍କୁଲିରେ କାରଖାନା ସ୍ଥାପନ ସହିତ ସ୍ଥାନୀୟ ଅଂଚଳର ବିକାଶ କ୍ଷେତ୍ରରେ ତାଙ୍କର ବଡ଼ ଭୂମିକା ରହିଥିଲା । ଗତ ୨୦୧୭ରେ କଂପାନି ଦେବାଳିଆ ଘୋଷଣା ହୋଇଥିଲା । ନିକଟରେ ଜେଏସ୍ଡବ୍ଲୁ କଂପାନି ଏହାକୁ ଅଧିଗ୍ରହଣ କରିନେଇଛି। ଇତି ମଧ୍ୟରେ ଅନିଲ କୁମାର ସିଂ ଏହାର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଛନ୍ତି । କାରଖାନା ନୂଆ କଂପାନି ହାତକୁ ଚାଲିଯିବା ପରେ ସମ୍ମାନ ଦୃଷ୍ଟିରୁ ଦୀନେଶ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି।
ରାଜ୍ୟ
ଜ଼ିନ୍ଦଲ ଷ୍ଟିଲ ଅଧିଗ୍ରହଣ ପରେ ଇସ୍ତଫା ଦେଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀନେଶ କୁମାର ଯାଦବ
- Hits: 466