ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ:ଗଜପତି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୧ ତାରିଖ ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ଶୁଭାରମ୍ଭ ହୋଇଛି। (ଶନିବାର ଦିନ) ୩ୟ ଦିନରେ ଜିଲ୍ଲାର ୭ଟି ବ୍ଲକର ୨୬ ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଠାରେ ୨୬୦୦ରୁ ଉର୍ଦ୍ଧ୍ବ ଜଣଙ୍କୁ କୋଭିଡ୍ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଛି ।
ଗତକାଲି ସୁଦ୍ଧା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ମୋଟ ୬୩୯୬ ଜଣ ବ୍ୟକ୍ତି କୋଭିଡ୍ ଟୀକା ନେଇ ସାରିଥିବା ବେଳେ ଆଜି ଗଜପତି ଜିଲ୍ଲାର ୭ଟି ବ୍ଲକ ଯଥା:- ମୋହନାରେ ୭ଟି , ଆର୍:ଉଦୟଗିରି ବ୍ଲକର ୨ଟି , ନୂଆଗଡ ବ୍ଲକର ୨ଟି , ରାୟଗଡ ବ୍ଲକର ୩ଟି , ଗୋଷାଣୀ ବ୍ଲକର ୩ଟି , ଗୁମ୍ମା ବ୍ଲକର ୨ଟି , କାଶୀନାଗର ବ୍ଲକର ୨ ଟି ଏବଂ ପାରଳାଖେମୁଣ୍ଡି ଠାରେ ୫ ଟି ଏଭଳି ୨୬ ଗୋଟି କୋଭିଡ୍ ଟିକାଦାନ କେନ୍ଦ୍ରରେ ୨୬୦୦ ରୁ ଅଧିକ ଜଣଙ୍କୁ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ ଏପ୍ରିଲ ୧ ତାରିଖ ଠାରୁ ମାଗଣା କୋଭିଡ୍ ଟିକାଦେବା ବ୍ୟବସ୍ଥା କରିଥିବା ଯୋଗୁଁ ପାରଳାଖେମୁଣ୍ଡି ଠାରେ ଏଥିପ୍ରତି ସମ୍ପୃକ୍ତ ବୟସର ବ୍ୟକ୍ତି ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ସହରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହରାଞ୍ଚଳ ଚିକିତ୍ସାଳୟ ସମେତ ରୋଟାରୀ ହଲ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଜିଲ୍ଲା ଗାଇଡ଼ ଓ ସ୍କାଉଟ ଭବନ ଠାରେ ଖୋଲା ଯାଇଥିବା କୋଭିଡ୍ ଟିକାଦାନ କେନ୍ଦ୍ରରେ ବହୁ ସଂଖ୍ୟାରେ ୪୫ ବର୍ଷ ବୟସର ମହିଳା ଓ ପୁରୁଷ ସେମାନଙ୍କ ଆଧାର କାର୍ଡ ଆଣି ଏବଂ ନାମ ପଞ୍ଜିକରଣ କରାଇ କୋଭିଡ୍-ଟୀକା ନେଇଥିଲେ ।
ଏ ସମ୍ପର୍କରେ ନୋଡାଲ ଅଧିକାରୀ ଡାଃ ଆଇ କ୍ରୀଷ୍ନା ଚେତନ କହିଛନ୍ତି ଯେ , କେନ୍ଦ୍ର ସରକାରଙ୍କ ମାଗଣା କୋଭିଡ୍ ଟୀକା ନେବାପାଇଁ ଏହି ବୟସର ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖା ଦେଇଛି । ସେମାନେ କେନ୍ଦ୍ରରେ ଟୀକା ନେବା ପରେ ୩୦ମିନିଟ୍ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କକ୍ଷରେ ସେମାନଙ୍କୁ ରଖା ହେଉଛି । କାହାକୁ କୌଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି କହିଥିଲେ ।
ସେହିଭଳି କୋଭିଡ୍ ଟୀକା ନେବାପରେ ଶ୍ରୀମତୀ କବିତା ପଣ୍ଡା , ଶ୍ରୀ ମନୋଜ କୁମାର ଦାସ , ଶ୍ରୀ ଗରୁଡ ଧ୍ୱଜ ଚୌଧୁରୀ ଏବଂ ଶ୍ରୀମତୀ ଅଞ୍ଜନୀ ପଣ୍ଡା ପ୍ରମୁଖ କହିଛନ୍ତି ଯେ , ସେମାନେ ମାଗଣା କୋଭିଡ୍ ଟୀକା ନେବାର ସୁଯୋଗ ପାଇଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ କହିଛନ୍ତି । ଟିକାନେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , କାହାକୁ କୌଣସି ଅସୁବିଧା ହୋଇନାହିଁ । ଏହି ଟୀକା ସମସ୍ତେ ନେଇ କରୋନା ମୁକ୍ତ ହୁଅନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଡାଃ ଆଇ: କ୍ରୀଷ୍ନା ଚେତନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ନର୍ସିଙ୍ଗ୍ ଅଫିସର ସୁଚିତ୍ରା ପରିଡା ଓ ସ୍ବାସ୍ଥ୍ୟକର୍ମୀ ଶୁଶିଲ କୁମାର ପଣ୍ଡା ଆସିଥିବା ସମସ୍ତଙ୍କୁ କୋଭିଡ୍ ଟୀକା ଦେଇଥିବା ବେଳେ ସସ୍ମିତା ଅଧିକାରୀ ଏବଂ ଏଲ୍. ପ୍ରେମାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସେହିଭଳି ଏର୍ଦ୍ଦଲା ସାହି ସ୍ଥିତ ଜିଲ୍ଲା ସ୍କାଉଟ ଓ ଗାଇଡ଼ ଭବନ ଠାରେ ଅନୁଷ୍ଠିତ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ରିନାମଣି ବାରିକ ଓ ରୌମ୍ୟରଞ୍ଜନ ଦାଶଙ୍କ ସମେତ ସ୍କାଉଟ-ଗାଇଡ଼ର ସଞ୍ଜୟ କୁମାର ପାତ୍ର , ତପସ୍ୱିନୀ ପଣ୍ଡା , କୁନ୍ତୀ ବିଶ୍ବାସ ଓ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।