ସମ୍ବଲପୁର / ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ରୁ ପୁଣି ଆସିଲା ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ଏଥର କିନ୍ତୁ ଛାତ୍ର ନୁହେ ବରଂ ଛାତ୍ରୀ ଙ୍କୁ ରାଗିଂ କରାଯାଇ ନିର୍ଯାତନ ଦିଆ ଯାଇଥିବା ଅଭିଯୋଗ ହୋଇଛି । ପ୍ରଥମେ ବୁର୍ଲା ଭିମସାର ପରେ ଭିସୁଟ ଏବେ ମାଝୀପାଲି ସ୍ଥିତ ହୋମିଓପାଥି ମେଡିକାଲ କଲେଜ ର ୪ ଜଣ ଛାତ୍ରୀ ଙ୍କୁ ରାଗିଂ କରାଯାଇଛି ବୋଳି ଆଜି ଅଭିଯୋଗ ହୋଇଛି । କିଛି ଛାତ୍ର ଙ୍କ ଉପସ୍ଥିତିରେ ୪ ଜଣ ଛାତ୍ରୀ କୁ ନଗ୍ନ କରାଯାଇ ଅଶ୍ଲିଲ ଭାଷାରେ ଗାଲି ଗୁଲଜ କରାଯାଇଥିଲା ଅଭିଯୋଗ ହୋଇଛି । ଏନେଇ ଦିଲ୍ଲି ସ୍ଥିତ ଆଣ୍ଟିରାଗିଂ ସେଲରେ ଅଭିଯୋଗ ହୋଇଛି । ମେଡିକାଲ କଲେଜର ମହିଲା ଛାତ୍ରୀ ନିବାସର ଦ୍ବିତୀୟ ବର୍ଷର କିଛି ଛାତ୍ରୀ ବରିଷ୍ଠ ଛାତ୍ରୀ ଙ୍କ ଦ୍ଵାରା ବାରମ୍ବାର ନିଯାତନା ଦେଉଥିଲେ । ଗତ ୩୧ ତାରିଖ ସଂଦ୍ଧ୍ୟାରେ ଜୁନିୟର ଛାତ୍ରୀ ନିଜ ହଷ୍ଟେଲରେ ବସିଥିବା ସମୟରେ ବରିଷ୍ଟ କିଛି ଛାତ୍ରୀ ଓ ଜଣେ ଛାତ୍ର ଯାଇଥିଲେ । ଏହି ସମୟରେ ବରିଷ୍ଟ ଛାତ୍ରୀ ଓ ଛାତ୍ର ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହେଵା ପାଇଁ କହିଥିଲେ । ତେବେ ମନା କରିବାରୁ ଅଶିଲ୍ଲ ଭାଷାରେ ଗାଲି ଗୁଲଜ ମଧ୍ୟ ଦେଇଥିଲେ ।ଅପରପକ୍ଷରେ ଏହି ରାଗିଂ ଘଟଣା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ହୋମିଓପାଥି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରପେସର ରାଜେନ୍ଦ୍ର କୁମାର ସିଂ । କଲେଜ ଅଧ୍ୟକ୍ଷ କହିଛନ୍ତି ଯେ ରାଗିଂ ନେଇ ଅଭିଯୋଗ ଆସିଛି ତେବେ ଅଭିଯୋଗ ର ତଦନ୍ତ କରାଯିବ । ତେବେ ଆଜିଯାଏ କଲେଜ ପ୍ରତିଷ୍ଠା ହେବା ପରଠାରୁ ରାଗିଂ ଘଟଣା କେବେ ଘଟି ନଥିଲା । ଅପରପକ୍ଷରେ ରାଗିଂ ଘଟଣା ସହ ଛାତ୍ରୀ ଙ୍କୁ ନିର୍ଯ୍ୟାତନା ଦିଆଯିବା ଘଟଣା ଘଟିବା ଛାତ୍ରୀ ନିବାସରେ ଅସମ୍ବବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ । ତେବେ ଯଦି ରାଗିଂ ଅଭିଯୋଗ ଉପରେ ସତ୍ୟତା ଥାଏ ଓ ଦୋଷୀ ଯଦି କିଏ ବାହାରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି ହୋମିଓପାଥି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରପେସର ରାଜେନ୍ଦ୍ର କୁମାର ସିଂ।
ରାଜ୍ୟ
ହୋମିଓପ୍ୟାଥିକ ମେଡିକାଲ କଲେଜରେ ଛାତ୍ରୀଙ୍କୁ ରାଗିଂ!
- Hits: 478