ହେଡଲାଇନସ୍:

ଜଳୁଛି ଶିମିଳିପାଳ : ବନ ବିଭାଗର ପାରିବା ପଣିଆ ଉପରକୁ ଉଠିଛି ଅଙ୍ଗୁଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିମିଳିପାଳ ସାଉଥରେ ସର୍ବାଧିକ ୩୯ ଓ ନର୍ଥରେ ୧୩ଟି ସ୍ଥାନରେ ନିଆଁ ଜଳୁଛି ।

ବାରିପଦା(ଦିଲ୍ଲୀପ ମହାନ୍ତି)-  ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଥିବାର ଜଣାପଡ଼ିଛି । ଶିମିଳିପାଳ ସାଉଥ ଅଧୀନରେ ଥିବା ଉପର ବରାହାକାମୁଡ଼ା ୱାଇଲଡ଼ ଲାଇଫର ଚମ୍ପାଗଡ଼ ରେ,  ଡ଼ୁକୁରା ୱାଇଲଡ଼ ଲାଇଫ ଅଧୀନ  ମାନିକପୁର, ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ସ୍ପଟରେ, ଜେନାବିଲ ୱାଇଲଡ଼ ଲାଇଫ ଅଧୀନ ଚୌଧୁରୀଗଡ଼, କୁଳିପାଳ ଆଦି ଅଞ୍ଚଳରେ ୪ଟି ସ୍ପଟରେ, ନଅଣା ସାଉଥ ୱାଇଲଡ଼ ଲାଇଫ ଅଧୀନ ଚାଟଦଣ୍ଡା, ଧୁଡ଼ୁରୁଚମ୍ପା-୧ ଆଦି ଅଞ୍ଚଳର ୪ଟି ସ୍ପଟରେ ଓ ନଅଣା ନର୍ଥ ୱାଇଲଡ଼ ଲାଇଫ ଅଧୀନ ଖଡ଼କେଇ-୧ ଅଞ୍ଚଳର ୭ଟି ସ୍ପଟରେ, ନେସନାଲ ପାର୍କ ୱାଇଲଡ଼ ଲାଇଫ ଅଧୀନ ଖଜୁରୀ-୧, ବକୁଆ-୧ ଏହିପରି ୨ଟି ସ୍ପଟରେ, ପିଠାବଟା ସାଉଥ ଅଧୀନ ଅଂଧେରୀତୋଟା- ୧ ଓ ୨,  ବାଁଶଖାଲ-୧, ଗୋପୀନାଥପୁର ଆଦି ଅଞ୍ଚଳର ୧୬ଟି ସ୍ପଟରେ ଏବଂ ପିଠାବଟା ନର୍ଥ ୱାଇଲଡ଼ ଲାଇଫ ଅଧୀନ ଚାକିଡ଼ି-୧, ଫୁଲଝରୀ ଅଞ୍ଚଳର ୨ଟି ସ୍ପଟରେ, ଶିମିଳିପାଳ ନର୍ଥ ୱାଇଲଡ଼ ଲାଇଫ ଅଧୀନ  କେନ୍ଦୁମୁଣ୍ଡି ୱାଇଲଡ଼ ଲାଇଫ ଅଞ୍ଚଳ କିଆଝରିର ୨ଟି ସ୍ପଟରେ, ଶିମିଳିପାଳ ନର୍ଥ ୱାଇଲଡ଼ ଲାଇଫ ଅଧୀନ ଚହଲା ୱାଇଲଡ଼ ଲାଇଫ ଅଞ୍ଚଳର ରାଜପାଳ ଓ ହଳଦିହାର ୩ଟି ସ୍ପଟ ଏବଂ ଶିମିଳିପାଳ ନର୍ଥ ଠାକରମୁଣ୍ଡା ୱାଇଲଡ଼ ଲାଇଫ ଅଧୀନ ଚମ୍ପାଝର ସ୍ପଟକୁ ମିଶାଇ ଶିମିଳିପାଳ ଅଭୟାରଣ୍ୟର ମୋଟ ୫୨ଟି ସ୍ପଟରେ ନିଆଁ ଜଳୁଥିବାର ଜଣାପଡ଼ିଛି । ଗତ କାଲି ୪୬ଟି ସ୍ପଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏଥି ସହିତ ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା କେତେକ ନୂଆ ସ୍ପଟରେ ନିଆଁ ଲାଗିଥିବାର ଜଣାପଡ଼ିଛି । କୋର ଅଞ୍ଚଳରେ କୌଣସି ଜନବସତି ନ ଥିବା ସାଙ୍ଗକୁ ଏହା ସାଧାରଣ ଜନତାଙ୍କ ନିମନ୍ତେ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଏଠାରେ ନିଆଁ ଲଗାଇଲା କିଏ ବୋଲି ପ୍ରଶ୍ନ ଉଠିବା ସାଙ୍ଗକୁ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁ  ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ବ୍ୟାପିବା ବନ ବିଭାଗର ପାରିବା ପଣିଆ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ତେବେ ଶିମିଳିପାଳରେ ନିଆଁ ଜଳୁଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ଏବଂ ନିଆଁକୁ ଲିଭାଇବା ନିମନ୍ତେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥି ନିମନ୍ତେ ଆରସିସିଏଫ ଯୁଗ ଦୟାନନ୍ଦଙ୍କ ସହିତ  ୯୪୩୭୪୭୭୬୮୮ରେ ଯୋଗାଯୋଗ କରିବା ପରେ ଶିମିଳିପାଳ ସାଉଥରେ ୩୫ଟି ଓ ନର୍ଥରେ ୩୪ଟି ସ୍ପଟରେ ନିଆଁ ଲାଗିଥିଲା ଏବଂ ସବୁ ସ୍ଥାନରେ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ନିଆକୁ ନିୟନ୍ତ୍ରଣ କରିବା ନିମନ୍ତେ ଉଦ୍ୟମ ଜାରି ରଖିଥିଲେ ବୋଲି କହିଥିଲେ । 

 

 

0
0
0
s2sdefault