ନଗଦ ୫.୯୨ ଲକ୍ଷ ଟଙ୍କା ସହ ୨ କାର, ୫ ମୋବାଇଲ ଫୋନ, ଏଟିଏମ କାର୍ଡ ଜବତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ପହିଲା ଅପରାହ୍ନ ପ୍ରାୟ ୪ଟା ସମୟରେ ମୟୂରଭଞ୍ଜ ଏସପି ସ୍ମିଥ ପି ପାରମାର କପ୍ତିପଦା ଥାନା ଅଞ୍ଚଳର ଶରତ କୁମାର ନାଏକ(୪୫) ଚୋରା ଗଞ୍ଜେଇ ବ୍ୟବସାୟ ଚଳାଇଥିବାର ଖବର ପାଇଥିଲେ । ଏହାପରେ ଏସପି ସ୍ମିଥ ପି ପାରମାରଙ୍କ ନିଦେ୍ର୍ଧଶ କ୍ରମେ ଜିଲ୍ଲା ସ୍ପେଶାଲ ସ୍କ୍ୱାଡର଼୍ କପ୍ତିପଦା ଥାନା ପୁଲିସ ସହାୟତାରେ ଶରତଙ୍କ ଘର ଉପରେ ଚଢ଼ାଉ କରି ୧୦୦ ବସ୍ତା ଚୋରା ଗଞ୍ଜେଇ ଜବତ କରିଥିଲେ । ଏହାପରେ ଅଭିଯୁକ୍ତ ଶରତ ଉଦଳା ଏନଏସିର ୱାଡ଼ ନମ୍ବର ୪ରେ ଥିବା ଏକ ଘରକୁ ବ୍ୟବହାର କରୁଥିବାର ସୂଚନା ପାଇବା ପରେ ସେଠାରେ ଚଢ଼ାଉ କରାଯାଇ ୩୫୦ କି.ଗ୍ରା ଚୋରା ଗଞ୍ଜେଇ ଜବତ କରଥିଲେ । ଏଥି ସହିତ ଅଭିଯୁକ୍ତ ଚୋରା ଗଞ୍ଜେଇ ବ୍ୟବସାୟରେ ବ୍ୟବହାର କରୁଥିବା ଡବ୍ଲ୍ୟୁବି ୧୨ସି ୯୧୭୧ ଓ ଡବ୍ଲୁ୍ୟବି ୦୬ବି ୦୧୭୬ ନମ୍ବର ବିଶିଷ୍ଟ ୨ ଡ଼ିଜାୟାର ଓ ୱାଗନାର କାର ସହିତଶରତଙ୍କ ନିକଟରୁ ନଗଦ ୫ ଲକ୍ଷ ୯୧ ହଜାର ଟଙ୍କା, ୫ଟି ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କର ପାଶବୁକ ଓ ଏଟିଏମ କାଡର଼୍ ଆଦିକୁ ଜବତ କରିଥିଲେ । ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯିବା ପରେ ୪୫୦ କିଲୋଗ୍ରାମ ରହିଥିଲା । ଏହାକୁ ନେଇ ଶରତଙ୍କ ନାମରେ କପ୍ତିପଦା ଥାନାରେ u/s 20(b)(ii)(c) oF NDPC act ଅନୁସାରେ କେଶ ନମ୍ବର ୯୫/୦୨.୦୪.୨୦୨୧ରେ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ଶରତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଥିବାର ଜଣାପଡ଼ିଛି ।