ବରଗଡ :- ଆଜି ବରଗଡ ଜିଲା ସୋହେଲା ବ୍ଲକ ଘେଁସଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମେଲନ ମେସନ-୨୦୨୧ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ। । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ ଲେଖକ ଯୋଗ ଦେଇଥିଲେ । ଏହି ଅବସରରେ ୨୦୧୯ ଓ ୨୦୨୦ ବର୍ଷ ପାଇଁ ବିପିନ ଆଚାର୍ଯ୍ୟ ଓ ଡକ୍ଟର ଦୋଳଗୋବିନ୍ଦ ବିଶିଙ୍କୁ ଅଭିମନ୍ୟୁ ସମ୍ମାନ ଓ ନାଟକ,କଥାନୀ,ପ୍ରବନ୍ଧ ତଥା କବିତା ପାଇଁ ଅନେକ କବି ଓ କବିୟତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଭିମନ୍ୟୁ ଭବନ ପରିସରରେ କବି ଅଭିମନ୍ୟୁ ଦେବତାଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରାଗଲା। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା,ଲୋକକବି ରତ୍ନ ତଥା ପଦ୍ମଶ୍ରୀ ହଳଧର ନାଗ,ସରପଞ୍ଚ ଶ୍ରୀମତୀ ମମତା ସିଂହ ବରିହା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମେଲନ ମେସନ
- Hits: 562