ହେଡଲାଇନସ୍:

ପୁଣି କାୟା ବଢ଼ାଉଛି କରୋନା :  ରାଜରାସ୍ତାରେ ଉପଜିଲ୍ଲାପାଳ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼ :- ଅତି ଭୟଙ୍କର ଭାବରେ ବଢି ଚାଲିଛି କୋରୋନା ମହାମାରୀ ର ଦ୍ବିତୀୟ ଲହର । ମୁଖ୍ୟତଃ ଛତିଶଗଡ଼ ସୀମାକୁ ଲାଗିରହିଥିବା ଜିଲ୍ଲା ଗୁଡିକରେ ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଛତିଶଗଡ଼ ସରକାର ଆସନ୍ତା ଛଅ ତାରିଖରୁ ଦୁର୍ଗ ସହର ଓ ଆଖପାଖ ଅଞ୍ଚଳରେ ଲକଡାଉନ ଘୋଷଣା କରିଥିବା ବେଳେ ଏବେ ଚିନ୍ତା ବଢ଼ାଉଛି ବରଗଡ଼ ଜିଲ୍ଲାର ସୀମାନ୍ତ ବର୍ତୀ ଗ୍ରାମ ସବୁ । ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ପାଇକମାଲ ବ୍ଲକର କେଛୋଦାଦର , ଝରମୁଣ୍ଡା ଆଦି ଗ୍ରାମରେ ଥିବା ସେବାଶ୍ରମ ଆବାସିକ ବିଦ୍ୟାଳୟ ସବୁ ପରିଦର୍ଶନ କରି ସେହି ସବୁ ସ୍ଥାନରେ କୋରୋନା ମହାମାରୀ ବାବଦରେ ଗ୍ରହଣ କରାଯାଉଥିବା ସମସ୍ତ ପ୍ରକାର ପଦକ୍ଷେପକୁ ଦେଖିବା ସହିତ ଦଇତ୍ଵରେ ଥିବା ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି କେଛୋଦାଦର ସ୍ଥିତ ଆବାସିକ ବିଦ୍ୟାଳୟର କିଛି ଅନ୍ତେବାସୀ ମାନଙ୍କୁ ସଂକ୍ରମଣ ହୋଇଥିବା ଜଣା ପଡିବା ପରେ ସେବାଶ୍ରମର ବାକି ଅନ୍ତେବାସୀ ମାନଙ୍କର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଅବାସିକ ବିଦ୍ୟାଳୟ ରେ ସଂକ୍ରମଣ ଖବର ପାଇବା ପରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ  ଙ୍କର ସହିତ ମେଡ଼ିକାଲ ଟିମ ବିଦ୍ୟାଳୟ ପରିସରକୁ ପହଂଛି ସମସ୍ତ ଅନ୍ତେବାସୀ ଓ କର୍ମଚାରୀ ମାନଙ୍କର କୋଭିଡ଼ ଟେଷ୍ଟ କରାଇଥିଲେ ।  ଅଞ୍ଚଳରେ ଥିବା ଅନ୍ୟାନ୍ୟ ସେବାଶ୍ରମ ଗୁଡିକୁ ମଧ୍ୟ ସତର୍କ କରିଦିଆ ଯାଇଛି । ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳ , ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ସବିନ୍ସପେକ୍ଟର ଶ୍ରୀ ବିପିନ ବାଗ ପ୍ରମୁଖ ପାଇକମାଲ ର ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କୁ ସତର୍କ କରାଇବା ସହିତ ମାକ୍ସ ପିନ୍ଧିବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ଲୋକେ ଅନେକ ପରିମାଣରେ ଏହି ମହାମାରୀକୁ ଅଣଦେଖା କରିବା ଆରମ୍ଭ କରି ଦେଲେଣି । ଲୋକେ ସଚେତନ ନ ହେଲେ ଆଗାମୀ ଦିନରେ ପରିଣାମ ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ ।

0
0
0
s2sdefault