ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅବକାରୀ ରାଜସ୍ୱ ଠିକ ଭାବରେ ପୈଠ  ନକରିବା ଅଭିଯୋଗ: କାଶୀପୁର  ଅବକାରୀ ଟିମର ଦ୍ୱାରା ଅଭିଯୁକ୍ତ ଗିରଫ l

ରାୟଗଡ/ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପେଟ୍ରୋଲିଂକୁ ଜୋରଦାର କରିବା ପାଇଁ ଆଦେଶ ଦେଇଛନ୍ତି l ସେହିକ୍ରମରେ ଗତକାଲି ଜିଲ୍ଲାର ବିଭନ୍ନ ଅବକାରୀ ଥାନା ଅଂଚଳରେ ଚଢାଉ କରିଥିଲେ l  କାଶୀପୁର   ଅବକାରୀ  ଭାରପ୍ରାପ୍ତ ନିରୀକ୍ଷକଙ୍କ ନେତୃତ୍ୱରେ ଶୁଙ୍ଗେର  ଗ୍ରାମରେ ଦେଶୀ ମଦ ଭାଟିରେ  ଚଢାଉ କରାଯାଇଥିଲେ  l  ଶିବ ପ୍ରସାଦ ସାହୁ ଏବଂ ସନ୍ସ ନାମରେ କାଶିପୁରର ସୁଙ୍ଗର ଠାରେ ଥିବା ମୁଖ୍ୟ ଦେଶୀ ମଦ ଭାଟିର ଭାଗୀଦାର ସିଦ୍ଧାର୍ଥ ସାହୁ ,ପିତା ଅଶୋକ ସାହୁ  ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ରାଜସ୍ବ ଠିକ୍ ସମୟରେ ପୈଠ  ନକରି ଅନିୟମିତତା  କରିବା ସହ ପରିତ୍ୟକ୍ତ ଜାଗାରେ  ଚୋରା ମଦ  କାରବାର ହେଉଥିବା ବିଶ୍ଵସ୍ତ ସୂତ୍ର ରୁ  ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା | ବିପୁଳ ମଦ ଜବତ କରିବା ସହ ଏଇଥିରେ ସଂପୃକ୍ତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଚଢ଼ାଉ ବେଳେ ଦେଖାଯାଇଥିଲା  ଯେ  ଭାଟି ଭିତରେ  ଅୱଧ ବିହାରୀ ସିଂ ନାମକ ଜଣେ  ବ୍ୟକ୍ତି  ଖାଦ୍ୟଶସ୍ୟ ଭିତରେ ପ୍ଲାଷ୍ଟିକ ବୋତଲରେ ମଦ ଲୁଚାଉଥିଲା l ତଦନ୍ତ ଟିମ ଚଢ଼ାଉ ବେଳେ  ଷ୍ଟକ ବହିର୍ଭୁତ ମଦ 115ଲିଟର  ଜବତ କରିଥିଲେ l ଏଥିରେ ସଂପକୃ ଥିବା  ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କୁ କୋର୍ଟକୁ ପଠାଇଛନ୍ତି l

 ସେହିପରି ଗୁଣପୁର ଅବକାରୀ ଦଳ ଖଜୁରୀ ତାଡି ରଖିବା ଅଭିଯୋଗରେ  ବଳରାମ ଶବର  ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି l ସେହିପରି ରାୟଗଡ ତହସିଲ ଛକରେ ମଦକାରବାର ଅଭିଯୋଗରେ  କୈଳାଶ ତୁର୍କ ନାମକ ବ୍ୟକ୍ତିଙ୍କୁ ନାମରେ କେଶ ଦରଜ କରାଯାଇଛି l ଗୋଟିଏ ହିରୋ ହୋଣ୍ଡା ମଟର ସାଇକେଲ ଜବତ ଜରାଯାଇଛି l

0
0
0
s2sdefault