ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ହୀରାକୁଦ ଜଳଭଣ୍ଡାର କୁ ରାଜ୍ୟ ତଥା ରାଜ୍ୟ ବାହାର ର ପର୍ଯ୍ୟଟକ ମାନଙ୍କୁ ଆକୄଷ୍ଠ କରିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ହିରାକୁଦ ଜଳଭଣ୍ଡାର ଠାରେ ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ ଜଳକ୍ରିଡା । ଏହି ଜଳକ୍ରିଡା ହୀରାକୁଦ ରେ ଆରମ୍ଭ ହେବାପରେ ଏଠାରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଆଶାଧିକ ଭାବରେ ବୃଦ୍ଧି ପାଇବା ଆଶା କରାଯାଉଛି ।
ସମ୍ବଲପୁର ହୀରାକୁଦ ଇକୋ ରିଟ୍ରିଟ ର ଅଭୂତପୂର୍ବ ସଫଳତା ପରେ ପର୍ଯ୍ୟଟକଙ୍କୁ ହିରାକୁଦ ଜଳଭଣ୍ଡାର ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପୁଣି ଥରେ ବଡ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ହିରାକୁଦ ଜଳଭଣ୍ଡାର ରେ ବହୁ ପ୍ରତିକ୍ଷିତ ଜଳକ୍ରିଡା ପ୍ରକଳ୍ପ କୁ ପବିତ୍ର ଉତ୍କଳ ଦିବସରେ ଉଦଘାଟନ କରାଯାଇଛି । ଏହି ସ୍ଥାୟୀ ଜଳକ୍ରୀଡା ବ୍ୟବସ୍ଥା ହୀରାକୁଦ ଜଳଭଣ୍ଡାର ରେ ଆରମ୍ଭ କରିବା ପାଇଁ ସମ୍ବଲପୁର ବାସିନ୍ଦା ବହୁ ବର୍ଷ ହେଲା ଦାବି କରି ଆସୁଥିଲେ । ଆଜି ଏହାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟି ମିଶ୍ର ଅତିଥିଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ହୀରାକୁଦ ଇକୋ ରିଟ୍ରିଟ ର ଅଭୂତପୂର୍ବ ସଫଳତା ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ଥାୟୀ ଜଳକ୍ରୀଡା ବ୍ୟବସ୍ଥା କରାଯାଇଥିବା ଓଟିଡିସି ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର କହିଛନ୍ତି ।
ଏହି ବହୁ ପ୍ରତିକ୍ଷିତ ଜଳକ୍ରିଡା ହୀରାକୁଦ ଜଳଭଣ୍ଡାର ରେ ଉଦଘାଟିତ ହେବା ପରେ ଏହାକୁ ନେଇ ବେଶ ଖୁସି ଅଛନ୍ତି ପର୍ଯ୍ୟଟକ ତଥା ଅଞ୍ଚଳବାସୀ । ସେପଟେ ଦେବ୍ରିଗଡ ଅବୟାରଣ୍ୟ ଯିବା ରାସ୍ତାରେ ଏହି ଜଳକ୍ରୀଡା ରହିଥିବାରୁ ହୀରାକୁଦ ଜଳଭଣ୍ଡାର କୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେବା ଆଶା କରାଯାଉଛି । ଏହି ଜଳକ୍ରୀଡା ରେ ପର୍ଯ୍ୟଟକଙ୍କୁ କାୟକ, ୱାଟର ସ୍କୁଟର, ବନାନା, ଵଂପେର, ସ୍ପିଡ଼ ବୋଟ, ପାଡ଼ଲ ବୋଟ ଉପଭୋଗ କରିବାର ସୁଯୋଗ ମିଳିପାରିବ । ଏହାସହ ଆସନ୍ତା ଅକ୍ଟୋବର ମାସରୁ ଏଠାରେ ପାରା ଗ୍ଲାଇଡିଙ୍ଗ ମଧ୍ୟ ଆରମ୍ଭ ହେବ ବୋଲି ପରିଚାଳନାକାରୀ ସଂସ୍ଥା ଅକେଲା ଆଡଭେଞ୍ଚର ପକ୍ଷରୁ କୁହାଯାଇଛି ।
ହିରାକୁଦ ଜଳଭଣ୍ଡାର ରାଜ୍ୟ ତଥା ରାଜ୍ୟ ବାହାରେ ପୁର୍ବରୁ ବେଶ ପ୍ରଶିଦ୍ଧ ଥିବା ବେଳେ ଏଠାରେ ଜଳକ୍ରିଡା ବ୍ୟବସ୍ଥା ଆରମ୍ଭ ହେବା ପରେ ଏହା ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଲରେ ମାନ୍ୟତା ପାଇବା ଆଶା କରାଯାଉଛି ।