ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ “ରଙ୍ଗର ପର୍ବ ହୋଲି” ଚଳିତ ଥର କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।
ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର କୋଭିଡ୍ କଟକଣା ଯୋଗୁଁ ପ୍ରତିବର୍ଷ ଭଳି ଏ ବର୍ଷ ହୋଲି ଖେଳ ଆଡମ୍ବର ସହକାରେ ପାଳିତ ହୋଇନାହିଁ । ସର୍ବସାଧାରଣ ସ୍ଥାନରେ ହୋଲି-ଖେଳ ହୋଇ ନ ଥିବା ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇ ପଡ଼ିଥିଲା ।
ଲୋକମାନେ ସେମାନଙ୍କ ଘରେ ଓ ସାହି-ପୋଡିଶା ମଧ୍ୟରେ ଏହି ହୋଲି ଖେଳକୁ ସୀମିତ ରଖିଥିଲେ । ପରିବାର ମଧ୍ୟରେ ଏବଂ ସାହି-ପୋଡିଶା ବନ୍ଧୁ-ବାନ୍ଧବଙ୍କ ମଧ୍ୟରେ କୁଆଡେ ବାହାରକୁ ନ ଯାଇ ଘର ଭିତରେ ରହି ଏହି ହୋଲି ଖେଳକୁ ସୀମିତ ରଖିଥିଲେ ।
ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି-ରଙ୍ଗ ଓ ରାସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ଦେଇ ସମସ୍ତେ ପରସ୍ପର ମଧ୍ୟରେ ଫଗୁ ଧରି ମୁହଁରେ ବୋଳା-ବୋଳି ହୋଇ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।