ହେଡଲାଇନସ୍:

ହିଣ୍ଡାଲ୍‍କୋର ଟିକାକରଣ ଅଭିଯାନ ସଠିକ ମାର୍ଗରେ ଅଗ୍ରସର ହେଉଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସ୍ୱାସ୍ଥ୍ୟଯତ୍ନ  ଯେତେବେଳେ ସରକାରୀ ନୀତିର ଅଗ୍ରାଧିକାର ତାଲିକା ଶୀର୍ଷରେ ରହିଛି, ସେତେବେଳେ ସମ୍ବଲପୁର ଜିଲାର ହୀରାକୁଦରେ ପିପିପି (ସରକାରୀ-ଘରୋଇ-ସହଭାଗିତା) ପଦ୍ଧତି ଏକ ନୂଆ ମାର୍ଗଦର୍ଶନ କରାଇଛି । ଆଦିତ୍ୟ ବିର୍ଲା ଗ୍ରୁପ୍‍ର କମ୍ପାନୀ ହିଣ୍ଡାଲ୍‍କୋ ସମ୍ବଲପୁରର ହୀରାକୁଦସ୍ଥିତ ସରକାରୀ ହସପିଟାଲ ସହିତ ସହଭାଗିତାରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉନ୍ନତ ଏବଂ ଅଧିକ ଅର୍ଥପୂର୍ଣ୍ଣ ଜୀବନଯାପନକୁ ସୁନିଶ୍ଚିତ କରିବା ଦିଗରେ ଏକାଧିକ ଟିକାକରଣ ପ୍ରୟାସ ହାତକୁ ନେଇଛି । ଆଜି ପର୍ଯ୍ୟନ୍ତ ଏହି ସମ୍ମିଳିତ ପ୍ରୟାସରେ ହୀରାକୁଦର ନିକଟବର୍ତ୍ତୀ ୧୨ଟି ଗ୍ରାମର ପ୍ରାୟ ୧୪,୦୦୦ ଲୋକ ଉପକୃତ ହୋଇଛନ୍ତି । 

ଏତଦ୍‍ବ୍ୟତୀତ ହୀରାକୁଦ ହସ୍‍ପିଟାଲ ସହିତ ଏହି ସହଭାଗିତା ସମ୍ବଲପୁର ଜିଲାର ହୀରାକୁଦ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପରିବାର ନିୟୋଜନ ଅସ୍ତେ୍ରାପଚାର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜନ କ୍ଷେତରେ ବେଶ୍‍ ସଫଳ ହୋଇପାରିଛି । ଗତ ୩ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୫୦ଟି ଦୃଷ୍ଟି ଯତ୍ନ  ଶିବିର ଏବଂ ୩୦୦ରୁ ଊଦ୍ଧ୍ୱର୍ ସ୍ୱାସ୍ଥ୍ୟସେବା ଶିବିର ହୀରାକୁଦ ହସପିଟାଲରେ ଆୟୋଜନ କରାଯାଇଛି । ସ୍ୱାସ୍ଥ୍ୟସେବା ଶିବିରରେ ପିଲାମାନଙ୍କ ପ୍ରତି ଧ୍ୟାନଦେବା କେବଳ ବିପୁଳ ଆନନ୍ଦ ପ୍ରଦାନ କରୁନାହିଁ, ତାହାସହିତ ସେମାନଙ୍କ ଲାଳନପାଳନ, ସେମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଏହା ଏକ ଦାୟିତ୍ୱ ହୋଇଛି । ପରିବାର ପାଇଁ କିଭଳି ଯୋଜନା ପ୍ରସ୍ତୁତ କରିବାକୁ ହେବ ସେସମ୍ପର୍କିତ ଅନ୍ତର୍ଦୃଷ୍ଟିରୁ ଅନେକ ଦମ୍ପତି ଉପକୃତ ହୋଇଛନ୍ତି । 

ଟିକାକରଣର ସମ୍ମିଳିତ ପ୍ରୟାସ ଉକ୍ତ ଅଞ୍ଚଳର ପ୍ରତ୍ୟେକ ଶିଶୁକୁ ଫାଇଦା ପହଞ୍ଚାଇଚି । ପ୍ରତି ଶୁକ୍ରବାର ଶିଶୁମାନଙ୍କୁ କମ୍ପାନୀର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ସହିତ ସଂଯୁକ୍ତ ଟିକାକରଣ ପ୍ରକୋଷ୍ଠରେ ଟିକା ଦିଆଯାଉଛି । ଏହି ସମସ୍ତ ପ୍ରୟାସ ପଛରେ ରହିଥିବା ମୂଳ ଚିନ୍ତାଧାରା ହେଉଛି, ଏକ ସୁସ୍ଥ ଶିଶୁ ଏକ ସୁସ୍ଥ ସମାଜର ଅଗ୍ରଦୂତ । ହିଣ୍ଡାଲ୍‍କୋ ଏହି ବାସ୍ତବତା ପାଇଁ ପ୍ରତିବଦ୍ଧ । 

ହୀରାକୁଦର ସିଲିପଥର ଗ୍ରାମର ଜଣେ ୯ମାସର ଶିଶୁକନ୍ୟାର ମା’ ହେଉଛନ୍ତି ପୁଷ୍ପା ବାଗ୍‍ । ସେ ତାଙ୍କ ଝିଅର ଟିକାକରଣ କରିବାକୁ କିଭଳି ନିକଟସ୍ଥ ମେଡିକାଲ ସେଣ୍ଟରକୁ ଯିବେ ତାହା ସେ ଜାଣନ୍ତି ନାହିଁ । ଅନ୍ୟ ଅର୍ଥରେ କହିଲେ ସ୍ୱାସ୍ଥ୍ୟଯତ୍ନ ତାଙ୍କ ଦ୍ୱାରଦେଶରେ ପହଞ୍ଚୁଛି ଏବଂ ସବୁକିଛି ସେ ତାଙ୍କ ଘରେ ଆରାମରେ ଥାଇ ପାଇପାରୁଛନ୍ତି । 

ଏ ସମ୍ପର୍କରେ ପ୍ରକାଶକରି ହୀରାକୁଦ ସରକାରୀ ହସ୍‍ପିଟାଲର ଚିକିତ୍ସାଧିକାରୀ ଡା.ମନୋଜ ନନ୍ଦ କହିଛନ୍ତି, “ଟିକାକରଣ ଟିମ୍‍ ପାଇଁ ହିଣ୍ଡାଲ୍‍କୋ ଯେଉଁଭଳି ଭାବରେ ଯାତାୟତ ସୁବିଧା ଯୋଗାଇ ଦେଉଛି ବାସ୍ତବରେ ତାହା ପ୍ରଶଂସାଯୋଗ୍ୟ । ଏହା ସେମାନଙ୍କୁ ଏହି ସେବା ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ବସ୍ତିଗୁଡିକରେ ସୁରୁଖୁରୁରେ ଦରିଦ୍ରତମ ଲୋକଙ୍କୁ ଯୋଗାଇଦେବାରେ ସମର୍ଥ କରାଇଛି ।” 

“ପୂର୍ବରୁ ଟିକାକରଣ ଟିମ୍‍ ଗ୍ରାମାଞ୍ଚଳ କେନ୍ଦ୍ରଗୁଡିକରେ ପହଞ୍ଚିବା ନେଇ ଅନେକ କଷ୍ଟକର ପରିସ୍ଥିତି ସାମ୍‍ନା କରୁଥିଲେ, କାରଣ ସେହିସବୁ ସ୍ଥାନକୁ କୌଣସି ସଂଗଠିତ ପରିବହନ ବ୍ୟବସ୍ଥା ନଥିଲା ଏବଂ ସେମାନେ ସେଠାକୁ ପହଞ୍ଚିବା ଏବଂ ସେହିସବୁ କେନ୍ଦ୍ରରୁ ଫେରିବାକୁ ଦୀର୍ଘ ସମୟ ଅପେକ୍ଷା କରୁଥିଲେ । କିନ୍ତୁ ହିଣ୍ଡାଲ୍‍କୋର ପ୍ରୟାସ ପରେ ସବୁକିଛି ସହଜ ହୋଇଯାଇଛି,” ବୋଲି ଡା. ନନ୍ଦ କହିଛନ୍ତି । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ଏକ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ହିଣ୍ଡାଲ୍‍କୋ ହୀରାକୁଦ କ୍ଲଷ୍ଟର୍‍ର ମୁଖ୍ୟ ରାଜେଶ ଗୁପ୍ତା ଏ ସମ୍ପର୍କରେ କହିଛନ୍ତି, “ଆମ କାର୍ଯ୍ୟସ୍ଥଳ ଏବଂ ଏହାର ପାରିପାର୍ଶ୍ଵିକ ଅଞ୍ଚଳରେ ଥିବା ଲୋକମାନେ ହୁଏତ କୃଷି ଶ୍ରମିକ ଅଥବା ଦିନ ମଜୁରିଆ ହୋଇଥିବାରୁ ସେମାନେ ସେମାନଙ୍କ ପିଲାମାନଙ୍କର ଟିକାକରଣ କରାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତାହାର କାରଣ ହେଉଛି ଯାତାୟତରେ ରହିଥିବା ସମସ୍ୟା ଏବଂ ତାହାସହିତ ମଜୁରୀ ହରାଇବାର ଭୟ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ସରକାରୀ ହସ୍‍ପିଟାଲ ସହିତ ସହଭାଗିତାରେ ଟିକାକରଣ କର୍ମଚାରୀ, ଔଷଧ ଆଦି ପ୍ରତି ବୁଧବାର ଦିନ ୧୨ଟି ବିଭିନ୍ନ ଗ୍ରାମ ଓ ବସ୍ତିରେ ପହଞ୍ଚାଇବା ଏବଂ ସେଠାରେ ଶିଶୁମାନଙ୍କର ଟିକାକରଣ କରିବା ବ୍ୟବସ୍ଥା କରିଛୁ ।” ସେ ଆହୁରି କହିଛନ୍ତି, “ପ୍ରତି ମାସରେ ଆମେ ଭ୍ରାମ୍ୟମାଣ ଟିକାକରଣ କାର୍ଯ୍ୟକ୍ରମ ଦ୍ୱାରା ବାଦ୍‍ପଡିଥିବା ୨୫୦ରୁ ଅଧିକ ଶିଶୁଙ୍କୁ ଏହି ଟିକାକରଣ କାର୍ଯ୍ୟକ୍ରମର ପରିସରଭୁକ୍ତ କରୁଛୁ ।”

ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଏବଂ ଓଡ଼ିଶାରେ ସମାଜକୁ ଫେରସ୍ତ ଦେବାର ନିରନ୍ତର ଇଛାଣକ୍ତି ଦ୍ୱାରା ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ପାଞ୍ଚଟି ଜିଲାର ୧୨୮ଟି ଗ୍ରାମରେ ୫ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭ୍‍ଓ ଆଣ୍ଡ ରୁରାଲ ଡେଭଲପମେଣ୍ଟ୍‍ର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ପରିଚାଳିତ ହେଉଛି, ଯାହାଙ୍କର ଦୂରଦୃଷ୍ଟି ହେଉଛି ଆମେ କାର୍ଯ୍ୟ ପରିଚାଳନା କରୁଥିବା ସ୍ଥାନରେ ଜନସମୁଦାୟଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବା । ଏହା କରିବା ଦ୍ୱାରା ଆମେ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉନ୍ନତ, ସ୍ଥାୟୀ ଜୀବନଯାପନ ବ୍ୟବସ୍ଥା ନିର୍ମାଣ କରୁଛୁ ଏବଂ ଦେଶର ମାନବ ସମ୍ବଳ ସୂଚୀରେ ଅଭିବୃଦ୍ଧି ଘଟାଉଛୁ ।”

 

0
0
0
s2sdefault