ହେଡଲାଇନସ୍:

ମିଳିତ କୃଷକ ମୋର୍ଚ୍ଚାର ଆହ୍ବାନରେ ଭାରତବନ୍ଦ ସଫଳ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ାର ବିଭିନ୍ନ ବ୍ଲକରେ ବନ୍ଦକୁ ସମର୍ଥନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତୀୟ କିଷାନ ଏକତା ମଞ୍ଚ ତରଫରୁ ଡାକରା ଦିଆଯାଇଥିବା ବନ୍ଦ ଆଜି ଝାରସୁଗୁଡ଼ା ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ସଫଳତା ପାଇଛି। ଗତକାଲି ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ଘୋଷଣା କରିବା ପରେ ରାଜ୍ୟର ସମସ୍ତ ବିରୋଧୀ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇ ଭାଗ ନେଇଥିଲେ। 

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କୋଲାବିରା ଓ ଲଇକେରା ବ୍ଲକରେ ବିଭିନ୍ନ ସ୍ଥାନରେ କୃଷକ, ଶ୍ରମିକ, ରାଜନୈତିକ ସଂଗଠନ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ। ଲଖନପୁର କୃଷକ ସଂଘର କର୍ମକର୍ତ୍ତା ବିରଞ୍ଚି ସାହୁ, ଗୋପୀନାଥ ମାଝୀ ବାସୁଦେବ ଭୋଇ, ଲକ୍ଷ୍ମଣ ସାହୁ ଏହି ବନ୍ଦ ଡାକରାରେ ସାମିଲ ହୋଇ ରାସ୍ତାଘାଟକୁ ବନ୍ଦ ରଖିଥିଲେ। ସେହିପରି କୋଲାବିରା ବ୍ଲକର ସମାସିଂଘା ଓ ବଡ଼ବାହାଲଠାରେ ତଥା ଲଇକେରା ବ୍ଲକର ବିଭିନ୍ନ ସ୍ଥାନରେ ଗାୟତ୍ରୀ କୃଷକ ସଂଘ ଓ ଅନ୍ଧାରୀ କୃଷକ ସଂଘର କର୍ମକର୍ତ୍ତାମାନେ ବନ୍ଦକୁ ସଫଳତା ସହ ପାଳନ କରାଇଥିଲେ। ତୁଲାରାମ ସେନାପତି, ତିଲେଶ୍ବର ପଟେଲ, ଚେତାନନ୍ଦ ପଟେଲ, ହେମନ୍ତ ସାଗର କୁମୁରା, ଉମାଶଙ୍କର ପ୍ରଧାନ, ଅଶୋକ ମାଝୀ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ତିନୋଟି କୃଷି ଆଇନ ଉଚ୍ଛେଦ କରିବା ପାଇଁ ଦାଵୀ ଜଣାଇଥିଲେ। 

ଝାରସୁଗୁଡ଼ା ବନ୍ଦ ପାଳନରେ ଵିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଭାଗ ନେଇଥିଲେ। ଏହି ବନ୍ଦକୁ ଜିଲ୍ଲା କୃଷକ ସଂଗଠନ ନେତୃତ୍ୱ ଦେଇଥିବା ବେଳେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଆପ୍,ଓପିଡି,ପିଏସଏମ,ଅଖିଳ ଭାରତୀୟ ଯୁବ ପରିଷଦ, ଏଲଏମଏସ,ସିଟୁ,ସାସ୍, ଆଇଏନଟିୟୁସି, ଏଆଇଟିୟୁସି,ବୀମା କର୍ମଚାରୀ ସଂଘ ପ୍ରଭୃତି ସଂଗଠନ ଯୋଗ ଦେଇଥିଲେ। 

ଏହି ଅବସରରେ ଜିଲ୍ଲା କୃଷକ ସଂଗଠନର ସମ୍ପାଦକ ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସମସ୍ତ ବକ୍ତା କେନ୍ଦ୍ର ସରକାରଙ୍କ ଏହି ତିନୋଟି କୃଷି ଆଇନକୁ କଳା ଆଇନ ଭାବରେ ଅବିହିତ କରି ଏହାକୁ ଉଚ୍ଛେଦ କରିବା ପାଇଁ ଦୃଢ଼ ସ୍ୱରରେ ଦାବୀ କରିଥିଲେ। 

ଏହି ଅବସରରେ ବିରଞ୍ଚି ସାହୁ, ରମାକାନ୍ତ ସାହୁ, ଗୌରୀ ଶଙ୍କର ପାତ୍ର, ଭରତ ଅବସ୍ତି, ସିଆରାମ ଦାସ, ମନୀଷ ବାଜପେୟୀ, ପ୍ରଶାନ୍ତ ତ୍ରିପାଠୀ, ସଞ୍ଜୟ ମହାପାତ୍ର, ମହେନ୍ଦ୍ର ନାୟକ, ମହେନ୍ଦ୍ର ମିଶ୍ର, ରକ୍ଷlକର ଅନୁପମ, ଲିଙ୍ଗରାଜ ପ୍ରଧାନ, ପ୍ରଭାକର ଓରାମ, ତ୍ରିଲୋଚନ ଦଣ୍ଡସେନା,, ରତ୍ନାକର ପ୍ରଧାନ, ଅନନ୍ତ, ଅଲେଖ କୁମାର, ନିଖିଳ ଘୋଷ, ହଜେନ୍ଦର 

ସିଂ, ସଂଵିଦ ପଟେଲ, ଦିଲେଶ୍ୱର ନାୟକ, ଦିଗlମ୍ୱର ବାଗ ଓ ପୂର୍ଣ୍ଣ ଛଞ୍ଚାଣ ପ୍ରମୁଖ ଆନ୍ଦୋଳନରେ  ଯୋଗ ଦେଇ ନିଜ ନିଜର  ମତାମତ ରଖିଥିଲେ l  ସମସ୍ତଙ୍କ ସହଯୋଗ ପାଇଁ ଜିଲ୍ଲା କୃଷକ ସଂଗଠନ ଆବାହକ ବିଜୟ ଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault