ପାଇକମାଲ : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର , ପାଇକମାଳ ପରିସରରେ ଆଜି ସକାଳେ ଆୟୁଷ କାଢା ବିତରଣ ଶୁଭାରମ୍ଭ ହୋଇଛି । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ଼ଃ କ୍ଷୀରାବ୍ଧୀ ତନୟା ରାଉତ୍ ରାୟ , ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ନିଦାନ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ସୁଶୀଲ ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଡ଼ଃ କୃପାସିନ୍ଧୁ ଭୋଇ ଆୟୁର୍ବେଦ ଚିକିତ୍ସାଳୟ ପରିସରର ଏହି କାର୍ଯ୍ୟକ୍ରମ ରେ କାୟଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ଜଗବନ୍ଧୁ ମିଶ୍ର, କୌମାରଭୃତ୍ୟ ବିଭାଗ ମୂଖ୍ୟ ଡ଼ଃ କାମିନୀ କର , ଶାଳ୍ୟତନ୍ତ୍ର ବିଭାଗ ମୁଖ୍ୟ ଡ଼ଃ ଅଭିରାମ ଠାକୁର ଏବଂ ଅଭିଜ୍ଞ ଚିକିତ୍ସକ ମାନେ ଉପସ୍ଥିତ ରହିଥିଲେ । ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ଵାରା ନିର୍ଦେଶିତ ଏହି କାଢା ଚିକିତ୍ସାଳୟରେ ପ୍ରତିଦିନ ରୋଗୀ ତଥା ସମସ୍ତ କର୍ମଚାରୀ ମାନଂକୁ ବିତରଣ କରାଯିବ ।
ରାଜ୍ୟ
ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପରିସରରେ ଆୟୁଷ କାଢା ବିତରଣ ଶୁଭାରମ୍ଭ
- Hits: 865