କରୋନା ସଚେତନତା ପାଇଁ 'ଚକା ଉପରେ ମଞ୍ଚ' କାର୍ଯ୍ୟକ୍ରମ ଶୁଭାରମ୍ଭ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ:  ରାୟଗଡ ଜିଲ୍ଲାରେ କୋଭିଡ ସଚେତନତା ନିମନ୍ତେ ଚକା ଉପରେ ମଞ୍ଚ କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କୋଭିଡ ସଚେତନତା ରଥରେ ସ୍ଥାନୀୟ କଳାକାର ମାନେ ନାଚଗୀତ ମାଧ୍ୟମରେ ରାୟଗଡ ଏବଂ କୋଲନରା ବ୍ଲକର  ବିଭିନ୍ନ ଗ୍ରାମରେ  ସଚେତନତା ବାର୍ତ୍ତା ପ୍ରଚାର କରିବେ  । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ,ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଚାଇଲଡ ଫଣ୍ଡ ଓ ୟୁନିସେଫ ର ମିଳିତ ପ୍ରାୟୋଜନାରେ  ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଏହା ଏକ ସପ୍ତାହ ବ୍ୟାପୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ  ୨ ଗୋଟି ବ୍ଲକରେ ପରିଭ୍ରମଣ କରିବ ।  ବିଶେଷ କରି  ନିୟମିତ ହାତଧୂଆ ସାନିଟାଇଜର୍‍ ବ୍ୟବହାର ଓ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ଜନସାଧାରଣଙ୍କୁ ସଚେତନତା କରାଯିବ । ଏହି ସଚେତନତା ରଥର ଶୁଭାରମ୍ଭ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ,ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ନାୟକ,ଲୋକ ସମ୍ପର୍କ ବିଭାଗର ଗ୍ରନ୍ଥାଗାରିକ ଶ୍ରୀ ଡମ୍ୱରୁଧର ପଣ୍ଡା ,ବରିଷ୍ଠ ସହାୟକ ଶ୍ରୀ ରାମଚନ୍ଦ୍ର ପାତ୍ର ,ଚାଇଲଡଫଣ୍ଡ ଇଣ୍ଡିଆର ଶ୍ରୀ ଶକ୍ତିଜିତ ପଟ୍ଟନାୟକ ଓ କର୍ମକର୍ତ୍ତାଙ୍କ ସହ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

0
0
0
s2sdefault