ହେଡଲାଇନସ୍:

ଘୋଷଣା କଲେ ନବୀନ : ପିପିଲିରେ ବିଜେଡିରୁ ଲଢ଼ିବେ ମହାରଥୀ ନନ୍ଦନ ରୁଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଝୁଲେଇ ଝୁଲେଇ ଶେଷରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ | ସ୍ବର୍ଗତ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବିଜେଡି ସଭାପତି | ନିର୍ବାଚନମଣ୍ଡଳୀ ଓ ଦଳୀୟ କର୍ମୀଙ୍କ ଭିତରେ ରୁଦ୍ରଙ୍କ ପ୍ରତି ବିପୁଳ ସମର୍ଥନ ଥିବା ଯୋଗୁ ଦଳର ସଭାପତି ତାଙ୍କୁ ପ୍ରାର୍ଥୀ କରିଛନ୍ତି ସବୁ କଳ୍ପନା ଜଳ୍ପନାରେ ଅନ୍ତ ଘଟାଇ | 

ପିପିଲିକୁ ବିଜେଡ଼ି ଦୁର୍ଗରେ ପରିଣତ କରିଥିବା ସ୍ୱର୍ଗତ ପ୍ରଦୀପ ମହାରଥୀ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ତାଙ୍କ ପୁଅ  ରୁଦ୍ରଙ୍କ ପ୍ରତି ନିର୍ବାଚନମଣ୍ଡଳୀରେ ମଧ୍ୟ ସମର୍ଥନ ରହିଛି | ଏପଟେ ଟିକେଟ ଘୋଷଣା ହେବା ପରେ ରୁଦ୍ର ବେଶ୍ ଆତ୍ମବିଶ୍ୱାସ ଦେଖାଇଛନ୍ତି । ବାପାମାଆଙ୍କ ତଥା ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ଓ ଭଲ ପାଇବା ସର୍ବୋପରି ନିର୍ବାଚନମଣ୍ଡଳୀ ଲୋକମାନଙ୍କ ଭଲପାଇବା ତାଙ୍କର ବଡ ଶକ୍ତି । ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ଏବଂ ପିପିଲି/ଡେଲାଙ୍ଗର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ରୁଦ୍ର | ଏହି ନିର୍ବାଚନ ମଣ୍ଡଳୀରେ ଦ୍ଵିମୁଖୀ ଲଢେଇ ହେବା ସ୍ପଷ୍ଟ | ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ରଙ୍କ ମଧ୍ୟରେ |

 

0
0
0
s2sdefault