ହେଡଲାଇନସ୍:

ପ୍ରତ୍ୟେକ ଦମ୍ପନ୍ତିଙ୍କ ଦୁଇ ସନ୍ତାନ ଆଇନ ପ୍ରଣୟନ କରିବା ପାଇଁ ଦାବୀ ପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-   ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଓଡିଶା ପ୍ରଦେଶର ସମ୍ବଲପୁର ଜିଲ୍ଲା ଶାଖାର ସଭାପତିଙ୍କ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ପ୍ରାଦେଶିକ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ  ନିମ୍ନଲିଖିତ ଦାବି ଉପସ୍ଥାପନା ପୂର୍ବକ ଦେଶର ଭବିଷ୍ୟତ ପିଢ଼ି ଓ ସନାତନ ଧର୍ମର ସୁରକ୍ଷା ପାଇଁ ଅନୁରୋଧ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

 ସେମାନେ କହିଛନ୍ତି  ଭାରତରେ ପୃଥିବୀର ସ୍ଥଳ ଭାଗ ମଧ୍ୟରୁ ମାତ୍ର 2.4% ଅଞ୍ଚଳ ରହି ଥିବା ବେଳେ ପୃଥିବୀର ଜନସଂଖ୍ୟାର 16.7% ଲୋକ କେବଳ ଭାରତରେ ରହୁଛନ୍ତି । ବର୍ତ୍ତମାନ ଦେଶରେ 138 କୋଟି ନାଗରିକ ବାସ କରୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି । ରାଜଧାନୀ ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି । ପାନୀୟ ଜଳ ସମେତ ଦୈନଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଉଭା ହୋଇଛି । ବିସ୍ଫୋରିତ ଜନସଂଖ୍ୟା ଯୋଗୁ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି । ଚାଷ ଜମିର ଅଭାବ ପରିଲକ୍ଷିତ ହେଲାଣି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ  23.6 ପ୍ରତିଶତରେ ପହଞ୍ଚିଲାଣି । 

 ପ୍ରତ୍ୟେକ ମିନିଟରେ ଆମ ଦେଶରେ 50 ଜଣ ପିଲା ଜନ୍ମ ଗ୍ରହଣ କରୁଛନ୍ତି । ଯଦି ଏହି ହିସାବରେ ଆମର ଜନ୍ମ ହାର ବୃଦ୍ଧି ପାଏ ତେବେ ଆସନ୍ତା 2040 ମସିହା ବେଳକୁ ଦେଶର ଜନସଂଖ୍ୟା 2 ଶହ କୋଟି 40 ଲକ୍ଷରୁ ଅଧିକ ହେବ । ସେତେବେଳେ ଏତେ ବଡ଼ ଜନସଂଖ୍ୟାକୁ ବାସଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇବା ଅସମ୍ଭବ ହେବ । ପାନୀୟ ଜଳ ମିଳିବ ନାହିଁ । ଜଙ୍ଗଲ ନଷ୍ଟ ହୋଇ ପର୍ଯ୍ୟାବରଣ ସମ୍ପୂର୍ଣ ଭାବେ ଧ୍ଵଂସ ହୋଇଯିବ । କୁପୋଷଣ , ଅପରାଧ, ଆତଙ୍କବାଦ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବ । ସ୍ଵାସ୍ଥ୍ୟ , ଶିକ୍ଷା , ଖାଦ୍ୟ ଯୋଗାଇବା କିମ୍ବା ବ୍ୟବସ୍ଥା କରିବା ସାଧାରଣ ଜନତା କିମ୍ବା ଯେକୌଣସି ନିର୍ବାଚିତ ସରକାର ପକ୍ଷରେ ସମ୍ପୂର୍ଣ ଅସମ୍ଭବ ହୋଇ ପଡ଼ିବ । ଦେଶରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ।

ଆଗାମୀ ଦିନରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ଆମଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଆମେ ଦୃଢ଼ ଦାବି କରୁଛୁ । ସବୁ ନାଗରିକ ମାନେ ନିଜକୁ ଦୁଇଟି ସନ୍ତାନ ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ ହେବେ । ଯଦି କୌଣସି ନାଗରିକ ପ୍ରଣୀତ ଆଇନ ଅମାନ୍ୟ କରି ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ସେମାନଙ୍କ ପ୍ରତି କଠୋର ଦଣ୍ଡର ବ୍ୟବସ୍ଥା ହେଉ । ଆଇନ ଅମାନ୍ୟକାରୀଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ସହ ସେମାନଙ୍କର ନାଗରିକତ୍ବ ସମାପ୍ତି କରିବାକୁ ଆଇନରେ ବ୍ୟବସ୍ଥା ହେଉ ଏଥି ସହ ଆଇନ ଅମାନ୍ୟକାରୀଙ୍କୁ ଦଶ ବର୍ଷର କାରାଦଣ୍ଡର ବ୍ୟବସ୍ଥା ସାଙ୍ଗକୁ ଆର୍ଥିକ ଦଣ୍ଡର ବ୍ୟବସ୍ଥା କରିବାକୁ  ଦୃଢ଼ ଦାବି କରିଛନ୍ତି।

  ଅନୁଷ୍ଠିତ କାର୍ଯ୍ୟକ୍ରମରେ            ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସମ୍ବଲପୁର ଜିଲ୍ଲା ସଭାପତି  ମିଳନ ମହାରଣା ଙ୍କ ନେତୃତ୍ୱରେ ଭାରତୀ ପଣ୍ଡା, ସ୍ନେହଲତା କୁମାରୀ ଦେବୀ, ବିଜୟଲକ୍ଷ୍ମୀ ଜେନା, ପ୍ରଜ୍ଞା ପୂଜାରୀ, ରୁଦ୍ର ପ୍ରତାପ ଦ୍ବିବେଦୀ, ସୌମିକ ବାବୁ, ସୁଜିତ ମିଶ୍ର, ଅରବିନ୍ଦ ନାଏକ, ପ୍ରଦୀପ ସୁପକାର,  ଦାମୋଦର କର, ଡା. ରାଜକୁମାର ବଡ଼ପଣ୍ଡା, ମାନସ ରଞ୍ଜନ ବକ୍ସି, ଡା.ପ୍ରଭାସ ଦେବତା, ତୁଷାର ପଣ୍ଡା, ସଞ୍ଜୀବ ହୋତା ପ୍ରମୁଖ ସାମିଲ ଥିଲେ । ଜିଲ୍ଲାପାଳ ଙ୍କ ଅନୁସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଅଜୟ ରାଜ ଦାବିପତ୍ର ପଗ୍ରହଣ କରିଥିଲେ ।

0
0
0
s2sdefault