ହେଡଲାଇନସ୍:

ଦାଦାବଟି ମାଗିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): .ସମ୍ବଲପୁର ରେ ସକ୍ରିୟ ଭୟଙ୍କର ଦାଦାବଟି କାରବାର।ସମ୍ବଲପୁର ରେ ଦାଦାବଟି ମାଗୁଥିବା ଅସାମାଜିକ ଙ୍କ ଗୁଣ୍ଡାରାଜ ଚାଲିଥିବା ଜଣା ପଡିଛି।କାରଣ ସମ୍ବଲପୁର ପୋଲିସ ଦାଦାବଟି ମାଗୁଥିବା ଜଣେ କୁଖ୍ୟାତ ଅପରାଧୀ ଶିବ ବାଗ ସମେତ ତାର 4 ଜଣ ସହଯୋଗୀଙ୍କୁ ସମ୍ବଲପୁର ଅଇଁଠାପାଲି ପୋଲିସ  ଗିରଫ କରିଛି। ଏନେଇ ସମ୍ବଲପୁର ଏସ ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ ସମ୍ବଲପୁର ରେ ବହୁ ଦିନରୁ ସକ୍ରିୟ ଥିଲା ଏହା ନାଁରେ ଅଭିଯୋଗ କରୁବାକୁ ସାଧାରଣ ଜନତା ଡରୁଥିଲେ।ତେବେ ସମ୍ବଲପୁର ର ଏକ ରିଏଲ ଇଷ୍ଟେଟ ସଂସ୍ଥା ରୁ ଦାଦାବଟି ମାଗିବା ସହ ଏହି ଗ୍ୟାଙ୍ଗ ଗୋଟିଏ ପରିବାର ଉପରେ ଆକ୍ରମଣ କରିବା ପରେ ଏନେଇ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗ କୁ ଆଧାର କରି ପୋଲିସ ଏହି ଗ୍ୟାଙ୍ଗ ର 5 ଜଣଙ୍କୁ ଗିରଫ କରିଛି। ଆଗକୁ ଏହି ଗ୍ୟାଙ୍ଗ ର 5 ଜଣଙ୍କୁ ପୋଲିସ ଖୋଜୁଥିବାର ସମ୍ବଲପୁର ଏସ ପି ସୂଚନା ଦେଇଛନ୍ତି।

0
0
0
s2sdefault