ହେଡଲାଇନସ୍:

ମହିଳା ଉଚ୍ଚ ବିଦ୍ୟାଳୟ ଦ୍ବାରା ଇକୋ କ୍ଲବ ଗଠନ : ପରିବେଶ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ବିଦ୍ୟାଳୟ ଦ୍ବାରା ଇକୋ କ୍ଲବ ଗଠନ କରାଯାଇ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି ଅବସରରେ କାର୍ଯ୍ୟକ୍ରମର ସଭାନେତ୍ରୀ ତଥା ଅଧ୍ୟକ୍ଷା ଡ଼ଃ.ଅରୁଣା କୁମାରୀ ସାମଲ ପରିବେଶ ସୁରକ୍ଷାର ମୂଳମନ୍ତ୍ର , ସ୍ୱଚ୍ଛତା ଏବଂ ପରିବେଶ  ସନ୍ତୁଳନରେ ପ୍ରାଣୀ ଓ ଉଦ୍ଭିଦ ମାନଙ୍କ ଭୂମିକା କିପରି ଅପରିହାର୍ଯ୍ୟ , ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। 

କାର୍ଯ୍ୟକ୍ରମର ସଂଯୋଜିକା ପ୍ରାଧ୍ୟାପିକା ଅମ୍ବିକା ଦେବୀ ପ୍ରାକୃତିକ ସମ୍ପଦର କିପରି ସୁରକ୍ଷା କରାଯାଇ ପାରିବ ତାହାର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।  ଅଧ୍ୟାପିକା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏ.ଏନ୍. ଓ  ଲେଫଟେନେଣ୍ଟ ଅନିତା କୁମାରୀ ପାଢୀ  ବର୍ଜବସ୍ତୁ ପରିଚାଳନାର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ବୁଝାଇଥଲେ।  ଅଧ୍ୟାପିକା ତଥା ୟୁଥ୍ ରେଡ଼କ୍ରସର ପରାମର୍ଶଦାତ୍ରୀ ସୋଫିଆ କୁମାରୀ ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳନାରେ ତ୍ୱରାନ୍ୱିତ ଭୂମିକା ନେବା ସହ  ଅଧ୍ୟାପିକା ତଥା ଏନ୍ ଏସ୍ ଏସ୍ ପି ଓ (N S S P.O) ଶ୍ରୀମତୀ ସଂଯୁକ୍ତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ଅନ୍ୟ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ତଥା ଇକୋ କ୍ଲବର ସ୍ବେଚ୍ଛାସେବୀ ଛାତ୍ରୀଗଣ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଓ ଇକୋ କ୍ଲବର ଅନ୍ୟାନ୍ୟ ସଦସ୍ୟ ମାନେ ଉଦ୍ୟାନୀ କରଣର ସଚେତନତା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ।

0
0
0
s2sdefault