ହେଡଲାଇନସ୍:

ବିଡ଼ିଓ ଶ୍ରୀ ଲାକ୍ରାଙ୍କର ବିୟୋଗରେ ଶୋକ ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଂଚଳ ଭାବରେ ବେଶ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ଏକ ସହ ତିରିଶ କିଲୋମିଟର ଦୂରରେ ଝାରବନ୍ଧ ବ୍ଲକ ଅଫିସ । ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଛି ଏହି ବ୍ଲକର ଅନେକ ଗ୍ରାମ । ଏହି ଝାରବନ୍ଧ ବ୍ଲକ ବିଡ଼ିଓ ଦାଇତ୍ୱ ରେ ଥିବା ଦକ୍ଷ ତଥା ଲୋକପ୍ରିୟ ଶ୍ରୀ ରୁନୁ ଲାକ୍ରା ଙ୍କର ଗତ କାଲି ସମ୍ବଲପୁର ସ୍ଥିତ ତାଙ୍କର ବାସ ଭବନରେ ମୃତ୍ୟୁ ହୋଇଥିଲା  । ଆଜି ଝାରବନ୍ଧ ବ୍ଲକ ଅଫିସ ରେ  ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଙ୍କର ସଭାପତିତ୍ୱ ରେ ଏକ ଶୋକସଭା ର ଆୟୋଜନ କରାଯାଇଥିଲା । ଏବିଡ଼ିଓ ଶ୍ରୀ ଦେବାଶିଷ ସିହ୍ନା ଓ ବ୍ଲକର ସମସ୍ତ ଅଧିକାରୀ ତଥା ଅନେକ ଗ୍ରାମପଞ୍ଚାୟତ  ଅଧିକାରୀମାନେ ଏହି ଶୋକ ସଭାରେ ସାମିଲ ହୋଇ ଶ୍ରୀ ଲାକ୍ରା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହିତ ଅଂଚଳର ଅନେକ ସାଧାରଣ ବ୍ୟକ୍ତି ,ବିଶେଷ ବ୍ୟକ୍ତି ଅଧିକାରୀ , ରାଜନୈତିକ ବ୍ୟକ୍ତି ମଧ୍ୟ ଶ୍ରୀ ଲାକ୍ରା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

0
0
0
s2sdefault