ହେଡଲାଇନସ୍:

ଯେତିକି ବଢୁଛି ଗ୍ରୀଷ୍ମ, ପରିସ୍ଥିତି ହେଉଛି ସେତିକି ବିଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାଇପ ଉପରେ ପାଇପ ପଡୁଛି, ଯୋଜନା ଉପରେ ଯୋଜନା  ବି ମାଳମାଳ

  କି କାମ ହେଉଛି କେଜାଣି, ଲୋକଙ୍କୁ ମିଳୁନି ପାନୀୟ ଜଳ  

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ବିଭିନ୍ନ ୱାର୍ଡ ସମେତ ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ନ ହେଉଣୁ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି I ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓଭର ହେଡ ଟ୍ୟାଙ୍କ, ନଳକୂପ, କୂଅ ଖୋଳି ଜନସାଧରଣଙ୍କୁ ପାଣି ଯୋଗାଇବା ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି I ହେଲେ ସ୍ଥାନୀୟ ସରକାରି କର୍ମଚାରୀଙ୍କ ମାନମୁଖୀ କାର୍ଯ୍ୟ ଯୋଗୁଁ ସରକାରୀ ଯୋଜନା ଜନସାଧରଣଙ୍କ ପାଖରେ ପହଞ୍ଚି ପାରୁ ନାହିଁ I ଏହା ସହ ଠୀକ ଜାଗାରେ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଉ ନାହିଁ I ଯାହା ପାଇଁ ଘୁ.ଉଦୟଗିରି ସହର ମଧ୍ୟରେ ସରକାରୀ ଟଙ୍କା ହରିଲୁଟ କରିବା ପାଇଁ ପାଇପ ଉପରେ ପାଇପ ପକଯାଉଛି I ପ୍ରତ୍ୟେକ ବର୍ଷ ପାଇପ ଉପରେ ପାଇପ ପକାଯାଉଛି ହେଲେ ମଧ୍ୟ ଜନସାଧରଣ ଶୁଦ୍ଧ ବୁନ୍ଦାଏ ପାନୀୟ ଜଳ ପାଇ ପାରୁନାହାନ୍ତି I ବର୍ଷ ବର୍ଷ ଧରି ଜନସାଧରଣଙ୍କୁ ଘରୋଇକୁ ପାଇପ ସଂଯୋଗ କରା ଯାଉଛି I କିନ୍ତୁ ଉପଭୋକ୍ତା ବୁନ୍ଦାଏ ପାନୀୟ ଜଳ ପାଇ ପାରୁନାହାନ୍ତି ବୋଲି ବରିଷ୍ଠ ନାଗରିକ ତଥା ସହରର ସଚେତନ ନାଗରିକ ପ୍ରମୋଦ ପାତ୍ର ଦୁଃଖର ସହ ମତ ବ୍ୟକ୍ତ କରିଛନ୍ତି I ଅନ୍ୟ ପକ୍ଷରେ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ/ପିଏଚଡି ଦ୍ୱାରା ପ୍ରତ୍ୟେକ ବର୍ଷ ସହର ମଧରେ ସରକାରୀ ଅର୍ଥକୁ ଦିବାଲୋକରେ ପାଣି ପାଇପ ପକା ଯାଇ ଜନସାଧରଣଙ୍କୁ ପାନୀୟ ଜଳ ଯୋଗାଇବା ବାହାନାରେ ସରକାରୀ ଅର୍ଥକୁ ବାଟମାରଣା କରା ଯାଉଛି ବୋଲି ସଚେତନ ନାଗରିକ ରମାକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି I ଯଦି ସରକାରୀ ଅର୍ଥ ଉପଯୁକ୍ତ ସ୍ଥାନରେ ଜନସାଧରଣଙ୍କ ହିତ ନିମନ୍ତେ ଖର୍ଚ୍ଚ ହେଉ ଥାନ୍ତା ତାହାହେଲେ ଘୁ.ଉଦୟଗିରିରେ ଜଳ ସଙ୍କଟ ନ ଥାନ୍ତା ବୋଲି ଅଂଚଳରେ ମତ ପ୍ରକାଶ ପାଇଛି I ଅଞ୍ଚଳ ବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସ୍ଥାନୀୟ କର୍ମଚାରୀ ଆସୁଥିବା ସରକାରୀ ଅନୁଦାନକୁ ଜନସାଧରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଖର୍ଚ୍ଚ କରିବା ପାଇଁ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ୭ର ବାସିନ୍ଦା  ସୁବାଷ ସାହୁ, ଅଶ୍ୱନି ଦଳବେହେରା, ନାରାୟଣୀ ସାହୁ, ଏସ. ଭେଙ୍କେଟ ରାଓ ଆଚାରି, ଜାନକୀ ସାହୁ, ଲକ୍ଷ୍ମୀ ପ୍ରିୟ ମହାପାତ୍ର, ରୁନୁ ସାହୁ, ଅମିତା କୁମାରୀ ସାହୁ, ପ୍ରଶାନ୍ତ ସାହୁ, ସାଇବ ଜୁଣ୍ଡି, ଜଗନ୍ନାଥ ଡାକୁଆ ଏବଂ ୱାର୍ଡ ନମ୍ବର ୧ର ଏମଡି ଆଲମସ, ଏମଡି ବାସୀର, ସାରଳା ନାୟକ, ପାଟରାଣୀ ପ୍ରଧାନ, ପ୍ରେମିକା ନାୟକ, ସୁବାସିନି ନାୟକ, ଅନିମା ନାୟକ, ସୁଭଦ୍ରା ନାୟକ ପ୍ରମୁଖ ଦାବୀ କରିଛନ୍ତି I ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧରଣଙ୍କୁ ପାନୀୟ ଜଳ ଯୋଗାଇବା ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟରେ ୱାର୍ଡ-୫, ୧୨, ୪  ଇତ୍ୟାଦି ସ୍ଥାନରେ ଓଭର ହେଡ ଟ୍ୟାଙ୍କ ଏବଂ ଟ୍ୟାଙ୍କ ମାନ ତିଆରି କରିଛନ୍ତି I ହେଲେ ମଧ୍ୟ ପାନୀୟ ଜଳ ସଙ୍କଟ ଘୁ.ଉଦୟଗିରି ବିଜ୍ଞାନପିତ ଅଞ୍ଚଳ ପରିଷଦ ବାସିଙ୍କ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି ବୋଲି ସଚେତନ ନଗରୀକ ପ୍ରମୋଦ ପାତ୍ର ପ୍ରତିକ୍ରିୟା ଦେଇ ଛନ୍ତି I ସେହି ପରି ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କାଳିଙ୍ଗିଆ ଗ୍ରାମ ପଂଚାୟତର ୱାର୍ଡ ୧୪,୧୫,୧୬ I ଏହି ୱାର୍ଡ ଗୁଡିକର ବିଲେଇ ମାହା, ଗୁଟୁଗୁଡ଼ା, ଜାର୍ଗୀ ସାହି, କାଟାଲ ସାହି, ଫ୍ଲାୱାର କଲୋନୀ, ଫାରାମ ସାହି, ଗଟାମାହା, ବ୍ରଡି ନାଜୁ, ଡମାଗୁଡା, କପୁ ନାଜୁ, ସ୍କୂଲ ସାହି, ଦେରି ନାଜୁ, ଗୁଦ୍ରୀ ନାଜୁ ଇତ୍ୟାଦି ଗ୍ରାମର ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି I କୁର୍ମିଙ୍ଗିଆ ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପାଇଁ କୂଅ ଖୋଳା ଯାଇ ମୋଟର ସଂଯୋଗ କରା ଯାଇଛି I ହେଲେ ଏବେ ତାହା ଅଚଳ ହୋଇ ପଡିଛି ବୋଲି ଗ୍ରାମର ବାସୀନ୍ଧା ମୁନା ମଳିକ ଏବଂ ବିବୁନା ପ୍ରଧାନ ଅଭିଯୋଗ କରିଛନ୍ତି I ବହୁ ଦାବୀ ସତ୍ତ୍ୱେ ମଧ୍ୟ ବ୍ଲକ ପ୍ରଶାସନ ମୋଟର ମରାମତି ପାଇଁ ଆଗ୍ରହ ପ୍ରକାଶ କରି ନାହିଁ ବୋଲି ବରିଷ୍ଠ ନାଗରିକ ରାମକୃଷ୍ଣ ପ୍ରଧାନ ମତ ପ୍ରକାଶ କରିଛନ୍ତି I ଯଦି ବ୍ଲକ ପ୍ରଶାସନ ଏହି ଅଞ୍ଚଳର ଜନସାଧରଣଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ଅବହେଳା କରନ୍ତି, ତାହା ହେଲେ ଅନ୍ଦୋଳନ କରାଯିବ ବୋଲି ବବୁଲୁ ସାହୁ, କରନ ନାୟକ, ଅମରାବତୀ ବିନ୍ଧାଣି, ନୟନା ପ୍ରଧାନ, ସଭାବତୀ ପ୍ରଧାନ, ସଞ୍ଜିତା ପ୍ରଧାନ, ନାବଜିନି ପ୍ରଧାନ, କୁଞ୍ଜବତୀ ନାୟକ, ଜୁମିସ୍ତ୍ରା ବିନ୍ଧାଣି, ମାମୁନି ପ୍ରଧାନ, ନରଜିନି ପ୍ରଧାନ, ବିଜୟ ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକର ବିଭିନ୍ନ ଅଂଚଳରେ ଶହ ଶହ କୋଟି ଟଙ୍କା ବ୍ୟୟରେ ପାନୀୟ ଯୋଗାଣ ପାଇଁ ଯୋଜନା ହେଉଛି I କିନ୍ତୁ ଆଜିବି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଛି I ଯୋଜନା ବାହାନାରେ ସରକାରୀ ଅନୁଦାନ ହରିଲୁଟ ହେଉଛି ବୋଲି ବରିଷ୍ଠ ନାଗରିକ ରମାକାନ୍ତ ମହାପାତ୍ର ଏବଂ ପ୍ରମୋଦ ପାତ୍ର ଅଭିଯୋଗ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ କରିଛନ୍ତି I କୁର୍ମିଙ୍ଗିଆ ଅଞ୍ଚଳର ପାନୀୟ ଜଳ ସଙ୍କଟ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଫୋନ ଯୋଗେ ମତାମତ ଗ୍ରହଣ କରିବା ପାଇଁ ଚେଷ୍ଟା କରି ଥିଲୁ I କିନ୍ତୁ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୋନ ରିସିଭ କରିନ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ I

0
0
0
s2sdefault