ହେଡଲାଇନସ୍:

ସବୁଜିମା ମାୟାରେ ଚନ୍ଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡ଼ିହୀ: କେନ୍ଦୁଝର ଜିଲ୍ଲା ହାଟଡି଼ହୀ ବ୍ଲକ ଇଞ୍ଚୋଳ ଇଞ୍ଚୋଳ ଗାଁର ଚନ୍ଦନ ଏବେ ପରିବେଶ ପ୍ରେମରେ ପଡିଯାଇଛନ୍ତି। ବୟସ ତାଙ୍କର ୨୬ ପାଖାପାଖି ହେବ। ପେସାରେ ସାମ୍ବାଦିକ ହେଲେ ନିଶା ତାଙ୍କର  ଗଛ ଲଗାଇବା ଓ ତା’ର ଯତ୍ନ ନେବା ସହ ସବୁଜ ରେ ସାହିତ୍ୟ ସାଧନା। ତାଙ୍କ ପିତା ନୃସିଂହ ଚରଣ ପଣ୍ଡା ଜଣେ ଶିକ୍ଷକ ,ସେ ତାଙ୍କ ଗାଁ ରେ ଅନେକ ଗଛ ଲଗାଇଛନ୍ତି। ତାଙ୍କ ବାପା ଓ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ .ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଠାରୁ ଗଛ ଲଗାଇବା ପାଇଁ  ଅନୁପ୍ରାଣିତ ହୋଇ ଏହିପରି ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ ବୋଲି ଚନ୍ଦନ କହନ୍ତି । ପିଲାବେଳରୁ ପରିବେଶ ଓ ସାହିତ୍ୟ ପ୍ରତି ତାଙ୍କର ବିଶେଷ ରୁଚି ଥିଲା।ଏବଂ ପରିବେଶ କୁ ସବୁଜ ସୁନ୍ଦର କରିବାକୁ ଦେଖୁଥିଲେ ସ୍ୱପ୍ନ  । ଆଉ ଏହି ସ୍ବପ୍ନକୁ ସାକାର ରୂପ ଦେବା ପାଇଁ ଗାଁର ସାଙ୍ଗସାଥି ଓ ବୟୋଜ୍ୟୋଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସେ ଆରମ୍ଭ କରନ୍ତି ବୃକ୍ଷରୋପଣ କାର୍ଯ୍ୟକ୍ରମ । ବୃକ୍ଷରୋପଣ କୁ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ସଦା ଚେଷ୍ଟିତ ।ସେଥିପାଇଁ ସେ କର୍ମକ୍ଷେତ୍ରରୁ ଛୁଟି ପାଇଲେ ଚାଲିଆସନ୍ତି ନିଜ ଗାଁ ଇଞ୍ଚୋଳ କୁ ।୫ ରୁ ୬ ବର୍ଷ ହେଲା ସମସ୍ତଙ୍କୁ ଏକଜୁଟ୍ କରି ବୃକ୍ଷରୋପଣ  ସହ ପରିବେଶ ସଚେତନତା ଓ ପରିବେଶ ଉପଯୋଗି ବକ୍ତୃତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପୂଜା ଛୁଟିରେ ଆୟୋଜନ କରୁଛନ୍ତି । ଇଞ୍ଚୋଳ ବିକାଶ ମଞ୍ଚ ର ଦାୟିତ୍ୱ ନେଇ ପଞ୍ଚାୟତର ସଚେତନତା ଚଳାଇଛନ୍ତି । ନିଜ ଗାଁ ଓ ଆଖପାଖ ଗାଁର ରାସ୍ତା ପାର୍ଶ୍ୱ, ପୋଖରୀ ହୁଡା,କେନାଲ ବନ୍ଧ, ପଠା, ମନ୍ଦିର ସମ୍ମୁଖ,ବିଭିନ୍ନ ସ୍କୁଲ ପ୍ରାଙ୍ଗଣ ତଥା ପତିତ ଜମିରେ ଗଛ ସାଙ୍ଗସାଥିଙ୍କୁ ଏକଛୁଟ୍ କରି ଗଛଲଗାଉଛନ୍ତି । ସେ କେବଳ ଗଛ ଲଗାନ୍ତି ତାହା ନୁହେଁ ଏହାର ରକ୍ଷଣାବେକ୍ଷଣ କୁ ମଧ୍ୟ ଗୁରୁତ୍ୱ ଦେଇ ଯନ୍ତ୍ର ନେଇଥାନ୍ତି । ଫାଙ୍କା ସମୟରେ ଗାଁ ରେ ଗଛଗୁଡ଼ିକର ଯତ୍ନ ନେବାରେ ସମୟ ଅତିବାହିତ କରିଥାନ୍ତି। ଏହା ଯେମିତି ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି। ସେ ମୁଖ୍ୟତଃ ନିମ, କଦମ୍ବ, ବଉଳ, ଦେବଦାରୁ, ଅଶ୍ୱତଥ୍ ଓ ପେସ୍ତା ଆଦି ଗଛ ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟ ଦେଖି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ପଠାଇବା ସହ ତାଙ୍କ ସହିତ ମିଶି ବୃକ୍ଷରୋପଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି । ସ୍ବଚେଷ୍ଟାରେ କିଛି ଗଛ ଲଗାଇ ପ୍ରକୃତିକୁ ଶସ୍ୟ ଶ୍ୟାମଳା କରିବାକୁ ଉଦ୍ୟମ କରୁଥିବା ଚନ୍ଦନ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଜଣେ ଉଦାହରଣ ପାଲଟି ଯାଇଛନ୍ତି। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ  ପ୍ରେରଣା ଗ୍ରୀନ୍ ଇଣ୍ଟର ନ୍ୟାସନାଲ୍ ତରଫରୁ  ତାଙ୍କୁ ସବୁଜ ବାହକ ସମ୍ମାନ ସହ ସାହିତ୍ୟ ସାଧନା ଓ କବିତା ପ୍ରକାଶ କ୍ଷେତ୍ରରେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି ।ଲକ୍ ଡାଉନ୍ ରେ ନିଜ୍ ଘର ପାଖରେ ଏକ ବଗିଚା ସୃଷ୍ଟି କରିଛନ୍ତି ।ଯାହା ଆଗନ୍ତୁକ ବ୍ୟକ୍ତିବିଶେଷ ମାନଙ୍କୁ ଅନନ୍ଦଦେବା ସହ ଗାଁ ର ପିଲାମାନେ ଆସି ଫଟୋ ଉଠାଉଛନ୍ତି । ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଗଛ ସହ କ୍ରୋଟନ ଓ ୧୮ ପ୍ରକାରର ରଙ୍ଗିନ୍ ସାରୁ  ତାଙ୍କ ବଗିଚାରେ ସେ ସ୍ଥାନିତ କରିଛନ୍ତି । ଏବଂ ଘର ପାଖରେ ପଦ୍ମ ଫୁଟାଇବାର ପ୍ରଚେଷ୍ଟାରେ ଅଛନ୍ତି ।

0
0
0
s2sdefault