ବରଗଡ଼:ଗୁରୁବାରଦିନ ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ । ଦୂର ଦୂରାନ୍ତରରୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ରକ୍ତଦାନ କରି ଅମୂଲ୍ଯ ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି । ବରଗଡ ରକ୍ତ ଭଣ୍ଡାର ଦ୍ବାରା ଏହି ଶିବିର ରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଦୁଇ ଯୋଡା ଦମ୍ପତ୍ତିଙ୍କ ସମେତ ୫ଜଣ ମହିଳା ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିର ରେ ସମ୍ମାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ଦର୍ଜି ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ ,ସଂପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ନିଷ୍ଠା ପରିବାରର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ । ନିଷ୍ଠା ପରିବାର ଦ୍ୱାରା ପବିତ୍ର ମହା ଶିବରାତ୍ରି ଦିନ ମନ୍ଦିର ପାଖରେ କରାଯାଇଥିବା ଏହି ରକ୍ତ ଦାନ ଶିବିରର ଆୟୋଜନ ପାଇଁ ମନ୍ଦିର କୁ ଠାକୁର ଦର୍ଶନ କରିବାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ପ୍ରଶଂସା କରିଥିଲେ ।
ରାଜ୍ୟ
ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
- Hits: 476