ଜାମିନ୍ ବିହୀନ ପରୱାନା (ଏନବିଡବ୍ଲ୍ୟୁ) ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ପୋଲିସ୍ ତରଫରୁ ଜାମିନ୍ ବିହୀନ ପରୱାନା (ଏନବିଡବ୍ଲ୍ୟୁ ) ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଚଳିତ ମାସ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଳ୍ପ ସମୟ ମଧ୍ୟରେ ଏହାର ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ଫଳାଫଳ ବେଶ୍ ଭଲ ରହିଛି । ଚଳିତ ମାସ ୭ ତାରିଖ ଠାରୁ ୯ ତାରିଖ ମଧ୍ୟରେ ହୋଇଥିବା ଏହି ଡ୍ରାଇଭରେ ଏପର୍ଯ୍ୟନ୍ତ ୯୭୩ଜଣ ୱାରେଣ୍ଟି ଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୮୪୩ ଜଣଙ୍କୁ ଜେନେରାଲ ରେଜିଷ୍ଟର୍ (ଜି.ଆର୍) ଏବଂ ସେସନ୍ ଟ୍ରାଏଲ୍ (ଏସ୍.ଟି) ମାମଲାରେ ଗିରଫ ଏବଂ କୋର୍ଟ ଚାଲାଣ କରାଯାଇଛି । ଏହି ତିନି ଦିନ ମଧ୍ୟରେ ଗଞ୍ଜାମ, ନୟାଗଡ଼, କଟକ, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ବହୁ ସଂଖ୍ୟାରେ ଅପରାଧୀଙ୍କୁ ଗିରଫ କରାଯାଇଛି । ଏହି ଡ୍ରାଇଭ୍ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।