ହେଡଲାଇନସ୍:

ବିଜେଡ଼ି ପକ୍ଷରୁ ସୋସିଆଲ ମିଡ଼ିଆ ଅଭିଯାନକୁ ସଫଳତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-ସୋମବାର ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପକ୍ଷରୁ ‘ବିଜେଡ଼ି ଆଟ୍‍ ଶିମିଳିପାଳ’ ଅଭିଯାନ ଆରମ୍ଭ କରାଯାଇ ନିର୍ବାଚନମଣ୍ଡଳୀ ସ୍ତରୀୟ ଟିମ ଗଠନ କରି ଜଙ୍ଗଲରେ ନିଆଁ ଲିଭାଇବା ଓ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ମଙ୍ଗଳବାର ଏହି କାର୍ଯ୍ୟ ଜାରି ରହିଥିବା ବେଳେ ବିଜେଡ଼ି ପକ୍ଷରୁ ବିଜେଡ଼ି ୱିଥ ଶିମିଳିପାଳ ଅଭିଯାନକୁ ସଫଳତା ମିଳିଛି । ଟ୍ୱିଟର, ଫେସବୁକ ଓ ଇନଷ୍ଟଗ୍ରାମରେ ଅନେକ ଯୋଡ଼ି ହୋଇ ନିଜେ ପୋଷ୍ଟ କରି ସମର୍ଥନ  ଜ୍ଞାପନ ସହିତ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି । ମୟୂରଭଞ୍ଜ ବିଜେଡ଼ି ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କ ନିଆଁ ଲିଭାଉଥିବା ଫଟୋକୁ ସଭିଏଁ ପୋଷ୍ଟ କରି ପ୍ରଶଂସା କରିଥିବା ବେଳେ ବିଶେଷ ଭାବରେ ସାଂସଦ ମମତା ମହାନ୍ତଙ୍କ ନିଆଁ ଲିଭାଇବା ଫଟୋ ଲୋକପ୍ରିୟତା ପାଇଛି । ପ୍ରଣବ ପ୍ରକାଶ ଦାସଙ୍କ ସହିତ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରତାପ ଜେନା, ସାଂସଦ ଡ଼ଃ ସସ୍ମିତ ପାତ୍ର, ଡ଼ଃ ଲୋପାମୁଦ୍ରା ବକ୍ସିପାତ୍ର, ଏଲିନା ଦାସ ଓ ସୁଜିତ କୁମାର ଆଦି ଟ୍ୱିଟ କରିଛନ୍ତି । ଦିନବେଳା ପ୍ରଥମାର୍ଦ୍ଧରେ ଟ୍ୱିଟରରେ ଏହି ଅଭିଯାନକୁ ଦ୍ୱିତୀୟ ସର୍ବାଧିକ ଲେକାପ୍ରିୟତା ମିଳିଥିବା ପରେ ପରେ ଦୀର୍ଘ ସମୟ ଧରି ତୃତୀୟ ସ୍ଥାନରେ ରହିଥିଲା । ବୁଧବାର ପ୍ରଣବ ପ୍ରକାଶ ଦାସଙ୍କ ସମେତ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ଜିଲ୍ଲା ତଥା ରାଜ୍ୟର ବହୁ ନେତୃବୃନ୍ଦ ଯଶିପୁର ଗେଟ ମଧ୍ୟ ଦେଇ ଶିମିଳିପାଳ ମଧ୍ୟକୁ ଯାଇ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହେବା ସାଙ୍ଗକୁ ବନବାସୀଙ୍କ ସହିତ ସଚେତନତା କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି । 

0
0
0
s2sdefault