ହେଡଲାଇନସ୍:

ମନ୍ତ୍ରୀଙ୍କ ଅନୁଗତଙ୍କ ଧମକ ଘଟଣା : ପ୍ରତିବାଦ ଜଣାଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲା ଜିଲ୍ଲା କଂଗ୍ରେସ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଜଣେ ସରକାରୀ କର୍ମଚାରୀଙ୍କୁ ଫୋନ କରି ଅଶ୍ରାବ୍ୟ ଭାଷା ବ୍ୟବହାର କରି ଚାକିରୀରୁ ସସପେଣ୍ଡ ଆଉ ବଦଳି କରିଦେବା ପାଇଁ ଧମକ ଦେଉଥିବା ମନ୍ତ୍ରୀଙ୍କ ଏକାନ୍ତ ଅନୁଗତଙ୍କ ବିରୋଧରେ ଝାରସୁଗୁଡ଼ା କଂଗ୍ରେସ ଆଜି ଜିଲ୍ଲାପାଳଙ୍କୁ ଭେଟି ଏକ ପ୍ରତିବାଦ ପତ୍ର ପ୍ରଦାନ କରିଛନ୍ତି। ପତ୍ରରେ ସଂପୃକ୍ତ ଦଳୀୟ କର୍ମୀଙ୍କ ଏହିପରି ଅଶୋଭନୀୟ ବ୍ୟବହାର ଓ ଗୁଣ୍ଡାଗର୍ଦ୍ଦିକୁ ଉଭୟ ମନ୍ତ୍ରୀ ଓ ପ୍ରଶାସନଙ୍କ ସମର୍ଥନ ରହିଛି ବୋଲି କଂଗ୍ରେସ ଦଳ ଅଭିଯୋଗ ଆଣିଛି। 

ସୂଚନାଯୋଗ୍ୟ ଯେ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଏକାନ୍ତ ଅନୁଗତ ଜନୈକ ବିଶ୍ବନାଥ ତ୍ରିପାଠୀ ଜଣେ ଜିଆରଏସଙ୍କୁ ଅଶ୍ରାବ୍ୟ ଭାଷା ବ୍ୟବହାର କରି ଧମକ ଦେଉଥିବା ଏକ ଅଡିଓ କ୍ଲିପ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ହିର୍ମା ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଏହି ଜିଆରଏସ ରାଧେଶ୍ୟାମ ସାହୁଙ୍କୁ ଧମକ ଦେଇ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ ନ କଲେ ଚାକିରି ଖାଇଦେବାର ଭୟ ଦେଖାଉଛନ୍ତି ବିଶ୍ବନାଥ ତ୍ରିପାଠୀ। କଂଗ୍ରେସ ଦଳ ଅଭିଯୋଗ ଆଣିଛି ଯେ ଜଣେ ତୃଣମୂଳ ସ୍ତରର ସରକାରୀ କର୍ମଚାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ଦଳୀୟ କର୍ମଚାରୀଙ୍କ ଭଳି କାମ କରିବାକୁ ବାଧ୍ୟ କରୁଥିବା ବିଶ୍ବନାଥ ପୂର୍ବତନ ଝାରସୁଗୁଡ଼ା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ କିଶୋର କୁମାର ମହାନ୍ତିଙ୍କୁ ମଧ୍ୟ ଅପମାନିତ କରିବା ଭଳି କଥା କହିଛନ୍ତି। ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଝାରସୁଗୁଡ଼ା କଂଗ୍ରେସ କହିଛନ୍ତି ଯେ ଵୋଧହୁଏ ବିଶ୍ବନାଥ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୋଷ୍ୟପୁତ୍ର ହୋଇଥିବାରୁ ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ପାଲଟିଛି। 

ଝାରସୁଗୁଡ଼ା କଂଗ୍ରେସ ଏହିପରି ଘଟଣାର ତୀବ୍ର ନିନ୍ଦା କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି।

0
0
0
s2sdefault