ହେଡଲାଇନସ୍:

ବେଦାନ୍ତର ଓଡ଼ିଶା ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ଭାରତର ଅଗ୍ରଣୀ ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ନିର୍ମାତା ବେଦାନ୍ତ ଲିମିଟେଡ୍ ପକ୍ଷରୁ ଏହାର ଲାଞ୍ଜିଗଡ଼ଠାରେ ଥିବା ଆଲୁମିନା ରିଫାଇନାରୀ ଓ ଝାରସୁଗୁଡ଼ାଠାରେ ଆଲୁମିନିୟମ ତଥା ପାୱାର ଅପରେସନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରକାର ଅଧିବେଶନ, ସଚେତନତା ଅଭିଯାନ, ଗୋଷ୍ଠୀ ସହଯୋଗଭିତିକ କାର୍ଯ୍ୟକ୍ରମ ଯଥା ସାମୂହିକ ବୃକ୍ଷ ରୋପଣ, ସପ୍ତାହବ୍ୟାପୀ ଋତୁସ୍ରାବଜନିତ ସଚେତନତା ଅଭିଯାନ ଇତ୍ୟାଦି ପରିଚାଳିତ ହୋଇଥିଲା ।

୮ ମାର୍ଚ୍ଚ, ୨୦୨୧ରେ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ, କେନ୍ଦ୍ରମହିଳା ଓ ଶିଶୁବିକାଶ ଏବଂ ବୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଜୁବିନ ଇରାନୀ ଏହି ଉପଲକ୍ଷେ ଶ୍ରୀ ଅନିଲ ଅଗ୍ରୱାଲ, ଅଧ୍ୟକ୍ଷ-ବେଦାନ୍ତ ରିସୋର୍ସସେସ୍ ଲିମିଟେଡ଼  ଓ ତାଙ୍କ କନ୍ୟା ତଥା ବେଦାନ୍ତର ନନ୍ ଏକ୍ଜିକୁ୍ୟଟିଭ ଡାଇରେକ୍ଟର ପ୍ରିୟା ଅଗ୍ରୱାଲ ଉପସ୍ଥିତ ଥିଲେ । ଏକ ପୃଥକ ଅଧିବେଶନରେ ଶ୍ରୀ ଅନିଲ ଅଗ୍ରୱାଲ ଓ ପ୍ରିୟା ଅଗ୍ରୱାଲ୍ ହେବର ମଧ୍ୟ ବେଦାନ୍ତର ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ସହଭାବ ଆଦାନ ପ୍ରଦାନ କରିବା ସହିତ ମହିଳାମାନଙ୍କ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଏହି ଅବସରରେ ଶ୍ରୀରାହୁଲଶର୍ମା, ଡେ଼ପୁଟିସିଇଓ, ଆଲୁମିନିୟମ ବ୍ୟବସାୟ, ବେଦାନ୍ତ ଲିମିଟେଡ଼କହିଥିଲେଯେ “ନିର୍ମାଣଉଦ୍ୟୋଗ ପାରମ୍ପରିକଭାବରେ ପୁରୁଷମାନଙ୍କ ଦ୍ୱାରାକରାଯାଉଥିଲାକିନ୍ତୁବେଦାନ୍ତରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସେପରି କୌଣସି ତାରତମ୍ୟ ରଖାଯାଇନାହିଁ । ଆମେ ସବୁସମୟରେ ପୁରୁଷ ଓ ମହିଳାମାନଙ୍କୁ ସମାନ ଭାବରେ ଦେଖିବା ସହ ସମସ୍ତ କାର୍ଯ୍ୟକ୍ରମ, ପରିଚାଳନା ତଥା ରକ୍ଷଣାବେକ୍ଷଣ, ସିକ୍ୟୁରିଟି, ଆର୍ ଆଣ୍ଡ୍ ଡ଼ି, ମାର୍କେଟିଂ, ଫାଇନାନ୍ସ ଓ ମାନବସମ୍ବଳ ଏପରିକି କ୍ରେନ୍ ପରିଚାଳନାରେ ମଧ୍ୟ ମହିଳାମାନଙ୍କୁସୁଯୋଗ ଦେଇଆସିଛୁ । ଭାରତର ବୃହତମ ଆଲୁମିନିୟମ ନିର୍ମାତାଭାବରେ ଆମେ ସଦାସର୍ବଦା ଏପରି ଏକ ସଂସ୍କୃତି ଗଠନ କରିଛୁ ଯେଉଁଠାରେ କର୍ମଚାରୀମାନେ ନିଜର ଉକ୍ରର୍ଷତାକୁ ପ୍ରତିପାଦିତ କରି ଆସୁଛନ୍ତି” ।

ଲାଞ୍ଜିଗଡ଼ରେ ବେଦାନ୍ତର ମହିଳା ସଶକ୍ତିକରଣ ପ୍ରକଳ୍ପ ସଖୀରହିତାଧିକାରୀମାନଙ୍କସହିତଉତ୍ସବ ପାଳନ ଅବସରରେ ଝାରସୁଗୁଡ଼ାଠାରେଚୁଜ୍ଟୁଚ୍ୟାଲେଞ୍ଜ ବିଷୟକବିଭିନ୍ନ ପ୍ରକାରକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।କମ୍ପାନୀ ପକ୍ଷରୁଶୁଭଲକ୍ଷ୍ମୀସମବାୟରସବୁମହିଳାମାନଙ୍କୁ ଉଦ୍ବୋଧନ ଦିଆଯାଇଉତମକାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିବାଉଦ୍ୟୋଗୀଏବଂସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା । ସଂସ୍ଥା ପକ୍ଷରୁ ମଧ୍ୟ ସପ୍ତାହବ୍ୟାପୀ ଋତୁସ୍ରାବଜନିତ ପରିଚ୍ଛନ୍ନତା ସଚେତନତା ଅଧିବେଶନକୁ ବିଭିନ୍ନ ଗ୍ରାମଗୁଡ଼ିକରେ ପରିଚାଳିତ କରାଯାଇ ୨୦୦ ରୁ ଅଧିକ କିଶୋରୀ ଓ ମହିଳାମାନଙ୍କୁ ଏ ବିଷୟରେ ସଚେତନ କରାଯାଇଥିଲା ।

ଏହି ଅବସରରେ ସୁକାନ୍ତ ମାଝି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଷ୍ଟ୍ରିକ୍ଟ ରୁରାଲ ଡେ଼ଭଲପ୍ମେଂଟ୍  ଏଜେନ୍ସୀ (ପିଡ଼ିଡ଼ିଆରଡ଼ିଏ) ଝାରସୁଗୁଡ଼ା, କହିଥିଲେ ଯେ ସମାଜରେ ମହିଳା ଗୋଷ୍ଠୀଙ୍କ ସଶକ୍ତିକରଣ ପାଇଁ ବେଦାନ୍ତର ପ୍ରୟାସ ଓ ପ୍ରତିଶ୍ରୁତି ପ୍ରଶଂସାଯୋଗ୍ୟ ।ମୁଁ ନିଶ୍ଚିତଯେ କମ୍ପାନୀମହିଳାମାନଙ୍କର ଆଗାମୀ ଭବିଷ୍ୟତର ବିକାଶ ପାଇଁ ସହାୟତା ଯୋଗାଇଦେବ ।

କର୍ମଚାରୀମାନଙ୍କ ସମାନ ସୁଯୋଗ ପ୍ରଦାନ ପାଇଁ ବେଦାନ୍ତର ମୂଲ୍ୟ ସମ୍ବର୍ନ୍ଧନ ପ୍ରଣାଳୀ ଦୁଇଟି ମୌଳିକ ଭିତିଭୂମି ଉପରେ ଆଧାରିତ ଯାହା ଭିନ୍ନତା ଓ ଅନ୍ତର୍ଭୁକ୍ତିକରଣ ।

- କମ୍ପାନୀର ଆଲୁମିନିୟମ କାର୍ଯ୍ୟ ଓ ପାୱାର ଭଲ୍ୟୁ ଶୃଙ୍ଖଳାରେ ପୁରୁଷମହିଳାମାନଙ୍କୁସମାନ ସୁଯୋଗ ଦିଆଯାଇପାରିଛି ।

- ସମ୍ପ୍ରତି ବେଦାନ୍ତର ଓଡ଼ିଶା ଅପରେସନରେ ୧୨୦୦ ରୁଅଧିକ ମହିଳା ପେଷାଦାର ଅଗ୍ରଣୀ କାର୍ଯ୍ୟ ଯଥା ସ୍ମେଲ୍ଟର ଓ ପାୱାର ଅପରେସନ, ସେଫ୍ଟି, ସିକ୍ୟୁରିଟି, ଇନଫ୍ରାଷ୍ଟ୍ରକଚର, କମର୍ସିଆଲ, ମାର୍କେଟିଂ, ଇନୋଭେସନ, ଲଜିଷ୍ଟିକ୍ ଓ ବହୁକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

- ଏହାର ସାମ୍ପ୍ରତିକ ପଦକ୍ଷେପରେ ମହିଳା ଲିଡ଼ରମାନଙ୍କ ପାଇଁ ଏକ ଭବିଷ୍ୟତର କାର୍ଯ୍ୟ ପନ୍ଥା ଗଠନ କରାଯାଇଛି ।ବେଦାନ୍ତ ପକ୍ଷରୁଭି-ଲିଡ଼୍ (ଡ଼ାଇଭରସିଟିଡେ଼ଭଲପ୍ମେଂଟପ୍ରୋଗ୍ରାମ) କରାଯାଇ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଦକ୍ଷତାସମ୍ପନ୍ନ ମହିଳାମାନଙ୍କୁ ଅଗ୍ରଣୀ ଭୂମିକା ପ୍ରଦାନ କରାଯାଉଛି । ସଂସ୍ଥା ପକ୍ଷରୁ ମଧ୍ୟଭି-ରିଚ୍ ର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଗ୍ରାଜୁଏଟ କର୍ମଚାରୀ କ୍ୟାଡ଼ର୍ ମଧ୍ୟରୁ ଯୁବଲିଡ଼ରମାନଙ୍କୁଚିହ୍ନଟ ଓ ସେମାନଙ୍କବିକାଶ ପାଇଁ ନିମନ୍ତେ ପ୍ରୟାସକରାଯାଉଛି ।

- ଝାରସୁଗୁଡ଼ାଠାରେ କମ୍ପାନୀ ସବୁମହିଳା ଫାୟାର ଫାଇଟିଂଟିମକୁ  ପାଇଁ ଅଗ୍ନି ବାହିନୀ ଗଠନ କରିଛି, ଯେଉଁମାନଙ୍କୁ ସମ୍ପୃକ୍ତ କାର୍ଯ୍ୟ ଦକ୍ଷତା ଉପରେ ଉପଯୁକ୍ତ ଭାବରେ ତାଲିମ୍ ଦିଆଯାଇ ଜରୁରୀକାଳନୀ ପରିସ୍ଥିିତିକୁ କିପରି ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ଶିକ୍ଷା ଦିଆଯାଉଛି ।

- ଲାଞ୍ଜିଗଡ଼ଠାରେ ସେଂଟ୍ରାଲ କଂଟ୍ରୋଲରୁ ମ୍ସମ୍ପୂର୍ଣ୍ଣ ଭାବରେ ମହିଳା ଇଞ୍ଜିନିୟର ଓ ଅପରେଟରଙ୍କ ଦ୍ୱାରା ପରିଚାଳିତ ।ଏହି କେନ୍ଦ୍ର ରିଫାଇନାରୀର ପ୍ରମୁଖ ଅପରେସନାଲ ଓ ଟେକ୍ନିକାଲ ପଦ୍ଧତିକୁ ଆଡ଼ଭାନ୍ସଡ଼ କଂଟ୍ରୋଲ ସିଷ୍ଟମ ଜରିଆରେ ପରିଚାଳନା କରିଥାଏ ।

- ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ହେଉଛି ଏକ ପ୍ରକଳ୍ପ ଯେଉଁଥିରେ ଝାରସୁଗୁଡ଼ାରେ ମହିଳାମାନଙ୍କ ଜୀବିକା ନିର୍ବାହ ଏବଂ ସଶକ୍ତିକରଣ ଦିଗରେ ଏହା କାର୍ଯ୍ୟ କରୁଛି ଓ ଏହା ଭାରତର ଅଗ୍ରଣୀ ମହିଳା ସମବାୟ ଯେଉଁଥିରେ ୪୧୦୦ ରୁ ଅଧିକମହିଳାସଦସ୍ୟରହିଛନ୍ତି ।ଗ୍ରାମାଂଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିିବା, ଉଦ୍ୟୋଗୀ ହେବା ପାଇଁମାର୍ଗ ପ୍ରସ୍ତୁତ କରିବା ତଥା ଦକ୍ଷତା ବିକାଶ ଓ ମାଇକ୍ରୋ ଫାଇନାନ୍ସ ସହାୟତା ମଧ୍ୟ ଦିଆଯାଉଛି ।

ବେଦାନ୍ତ ହେଉଛି ଓଡ଼ିଶାର ବୃହତ ନିବେଶକ, ଯାହାକି ପ୍ରାୟ ୫୦ ହଜାରକୋଟିଟଙ୍କା ନିବେଶ କରିଛି । ମହିଳାମାନଙ୍କୁ ଆର୍ଥିକ ରୂପେ ସାକ୍ଷରକରିବା ଓ ସଶକ୍ତକରିବା, ସେମାନଙ୍କରଜୀବୀକା ନିର୍ବାହ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତିଭୂମିର ବିକାଶ ପାଇଁ ବେଦାନ୍ତ ପକ୍ଷରୁ ଯତ୍ନ ନିଆଯାଉଛି । ରାଜ୍ୟର ସାମାଜିକ ଅର୍ଥନୈତିକ ଲ୍ୟାଣ୍ଡସ୍କେପରେ  ବେଦାନ୍ତର ଏକ ସ୍ୱତନ୍ତ୍ର ଅବଦାନ ରହିଛି ।

 

0
0
0
s2sdefault