ହେଡଲାଇନସ୍:

କାଲି ଶିମିଳିପାଳ ନିଆଁ ଲିଭାରେ ସାମିଲ ହେବେ ବବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ (ଦିଲ୍ଲୀପ ମହାନ୍ତି) :  ଶିମିଳିପାଳ ନିଆଁକୁ ନେଇ ଉଦବେଗ ଚାରିଆଡେ | ଚର୍ଚା ମୟୁରଭଞ୍ଜରୁ ଦିଲ୍ଲୀ ପର୍ଯ୍ୟନ୍ତ | ରାଜନୀତି ନିଆଁ ବି ଜୋର ଶିମିଳିପାଳକୁ ନେଇ | ସରକାରଙ୍କ ପକ୍ଷରୁ, ସ୍ୱଚ୍ଛାସେବୀଙ୍କ ପକ୍ଷରୁ ଚାଲିଛି ବ୍ୟାପକ ତଥା ସେମିଲିଟା ଉଦ୍ୟମ | ଅନେକାଂଶରେ ନିଆଁ ନିୟନ୍ତ୍ରଣ ହେଲାଣି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଆଉ ବିଜେଡି ସଂଗଠନ ସମ୍ପାଦକ ତଥା ମୟୁରଭଞ୍ଜ ଦାୟିତ୍ୱରେ ଥିବା  ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଆସନ୍ତାକାଲି ୧୧ ତାରିଖରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି  ବୋଲି ଟୁଇଟ କରିଛନ୍ତି | 

ଆଜି କରିଥିବା ଟୁଇଟରେ ଶ୍ରୀ ଦାସ କହିଛନ୍ତି "ଶିମିଳିପାଳ ସମଗ୍ର ଦେଶର ସମ୍ପତ୍ତି | ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ | ସରକାର ଏବଂ ବିଜୁ ଜନତା ଦଳର ଯୁବ, ମହିଳା ଓ ଛାତ୍ର ନିଆଁ ଲିଭାଇବାରେ ଦିବାରାତ୍ର କାର୍ଯ୍ୟରତ ଅଛନ୍ତି | ଆସନ୍ତାକାଲି ମୁଁ ବି ଆସୁଛି ମୟୁରଭଞ୍ଜ | ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟରେ ସାମିଲ ହେବାକୁ ଆପଣଙ୍କ ସହଯୋଗ କାମନା କରୁଛି|"

 

0
0
0
s2sdefault