ହେଡଲାଇନସ୍:

ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ : ମଙ୍ଗଳବାର ଦିନ ୫ ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୫୦୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ମଙ୍ଗଳବାର ଦିନ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ହାଡୁଭାଙ୍ଗି ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୫ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୫୦୦ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକା ଦିଆଯିବା ବ୍ୟବସ୍ଥା ହୋଇଥିଲା । 

୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କ ନିମନ୍ତେ  ଗତ ୧ ତାରିଖ ଠାରୁ ଆରମ୍ଭ  ହୋଇଥିବା ଏହି କୋଭିଡ୍ ଟୀକକରଣ କାର୍ଯ୍ୟକ୍ରମରେ ଆଜିସୁଦ୍ଧା ୨,୭୦୫ ଜଣ ବରିଷ୍ଠ ନାଗରିକ କୋଭିଡ୍ ଟୀକା ନେଇ ସାରିଥିବା ବେଳେ ମଙ୍ଗଳବାର ଦିନ ଜିଲ୍ଲାର କାଶୀନଗର ବ୍ଲକର ହାଡୁଭାଙ୍ଗି ସମେତ ଗୋଷାଣୀ ବ୍ଲକର ଗାରାବନ୍ଧ , ଗୁମ୍ମା ବ୍ଲକର ନାମନଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନୂଆଗଡ ବ୍ଲକର ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ୫୦୦ ଜଣଙ୍କୁ କୋଭିଡ୍ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଥିଲା। 

ଗଜପତି ଜିଲ୍ଲା ବ୍ଲକ କାଶୀନଗର ବ୍ଲକର ଗ୍ରାମାଞ୍ଚଳରେ ଥିବା ହାଡୁଭାଙ୍ଗି ସ୍ଥିତ ପ୍ରାଥମିକ  ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ମାନଙ୍କ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଆଗ୍ରହ ସହକାରେ କୋଭିଡ୍ ଟୀକା ନେବା ପାଇଁ ଆସି ପ୍ରତୀକ୍ଷା ଗୃହରେ ଅପେକ୍ଷା କରିଥିଲେ । ଟୀକା ନେବାପରେ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସିଥିଲେ , କାହାକୁ ହେଲେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇ ନ ଥିଲା ।

 

ବରିଷ୍ଠ ନାଗରିକ ମାନଙ୍କ ପାଇଁ କେନ୍ଦ୍ର ସରକାର ଏହି କୋଭିଡ୍ ଟୀକା ମାଗଣାରେ ଓ ସୁରକ୍ଷିତ ଭାବେ ଆଣି ଟୀକାକରଣର ସୁଯୋଗ ଦେଇଥିବା ଯୋଗୁଁ ବରିଷ୍ଠ ନାଗରିକ ଅବସରପ୍ରାପ୍ତ ଉପ ଶିକ୍ଷାଧିକାରୀ ଶ୍ରୀ ବାୟାଧର ଦଳେଇ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଲକ୍ଷ୍ମୀକାନ୍ତ ପ୍ରଧାନ , ବ୍ୟବସାୟୀ  ପ୍ରଫୁଲ୍ଲ ନନ୍ଦ  ପ୍ରମୁଖ   କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି । 

 କାଶୀନଗର ବ୍ଲକ ହାଡୁଭାଙ୍ଗି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାଃ ଏ. ତନୁଜାଙ୍କ  ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ- ସମସ୍ତ ବରିଷ୍ଠ ନାଗରିକଙ୍କୁ ଏଏନଏମ:- ପାଇନିକା ଶବର କୋଭିଡ୍ ଟୀକା ଦେଇଥିଲେ । 

ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି କୋଭିଡ୍ ଟୀକାକରଣର ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଡିଇଓ - ଶ୍ରୀ ଓମି ତୁଲଶୀ ରାଓ , ପୁରୁଷ ସ୍ବାସ୍ଥ୍ୟକର୍ମୀ ଶ୍ରୀ ଜି.ରାମାରାଓ , ଶ୍ରୀ ଲୋକନାଥ ଜେନା , ଓ ଶ୍ରୀ ଏସ୍ . ବାବୁରାଓ  ଏବଂ ଏଟେଣ୍ଡାଣ୍ଟ ଶ୍ରୀ ଇ: ଶଙ୍କର ରାଓ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault