ହେଡଲାଇନସ୍:

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କ୍ରୀଡ଼ା ଭିତ୍ତିଭୂମି ଏବଂ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା

 ଟାମ୍ପରା ହ୍ରଦର ସମାଗ୍ରିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଦିନିକିଆ ବ୍ରହ୍ମପୁର ଗସ୍ତ କରିବା ସହ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି, ଷ୍ଟାଡିୟମ୍ ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ସମୀକ୍ଷା କରିଛନ୍ତିା ଆଜି ମନ୍ତ୍ରୀ ଶ୍ରୀ ବେହେରା ବ୍ରହ୍ମପୁର ଗସ୍ତରେ ଯାଇ ପ୍ରଥମେ ଟାମ୍ପରା ହ୍ରଦ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ପର୍ଯ୍ୟଟନ କେନ୍ଦ୍ର ବୁଲି ଦେଖିଥିଲୋ ଏଥିରେ ଜଳକ୍ରୀଡ଼ାର ସମ୍ଭାବନା ନେଇ ମନ୍ତ୍ରୀ ଶ୍ରୀ ବେହେରା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଥିଲୋ ପରେ ବ୍ରହ୍ମପୁରଠାରେ ନିର୍ମିତ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲୋ ଏଥି ସହିତ ନିର୍ମାଣ କାର୍ଯ୍ୟର ବିଳମ୍ବ ନେଇ କ୍ରୀଡ଼ାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସ୍ଥାନୀୟ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଉପଜିଲ୍ଲାପାଳ, ବିଏମ୍ସି କମିଶନର, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କାର୍ଯ୍ୟଭାର ନେଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲୋ 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଏମ୍ସି ଦ୍ୱାରା ନିର୍ମିତ ହେଉଥିବା ଇନ୍ଡୋର ହଲ୍ ବୁଲି ଦେଖିଥିଲେ | ପରେ ୟୁ. ସି ଇଂଜିନିୟରିଂ କଲେଜ ଏବଂ ବ୍ରହ୍ମପୁର ଆଇଟିଆଇରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ସହ ଆଲୋଚନା କରିଥିଲୋ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲୋ ଶେଷରେ ମନ୍ତ୍ରୀ ଶ୍ରୀ ବେହେରା ବିଜୁ ପ୍ରିମିୟମ୍ ଲିଗ୍ ଫୁଟବଲ୍ ଟୁର୍ଣ୍ଣମେଣ୍ଟର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲୋ 

 

0
0
0
s2sdefault